ଭୁବନେଶ୍ବର ୧୫।୮: ସ୍ବାଧୀନତା ଦିବସ ଅବସରରେ ୨୦୨୬ ପାଇଁ ପୋଲିସ ସେବା ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ୧୭ ଜଣଙ୍କୁ ପୋଲିସ ସେବା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯାଇଛି ।

DG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡା ଏବଂ DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିଛି । ସେହିପରି ପ୍ରଶଂସନୀୟ ସେବା ପାଇଁ DSP ମନୋରଂଜନ ପାଇକରାୟ, DSP ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟି କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମୀନତିନନ୍ଦନ ପତି, କନଷ୍ଟେବଳ ଶ୍ୟାମଳି ବିଶ୍ବାସ, ସବ୍ ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଲଦାର ସୁବାସ ଚନ୍ଦ୍ର ତ୍ରନାଥ ଗୌଡ, କନଷ୍ଟେବଳ ମୁସ୍ତାକ ଅଲ୍ଲୀ ଖାଁ, ହାବିଲଦାର ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ପୁରସ୍କୃତ ହୋଇଛନ୍ତି ।

ସେହିପରି ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଳଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ, କମାଣ୍ଡୋ ସୁରେଶ ଚନ୍ଦ୍ର ପୁତଙ୍କୁ ସାହସିକତା ପୁରସ୍କାର ମିଳିଛି । ସେହିପରି ଅଗ୍ନିଶମ ସେବାରେ ଜଣଙ୍କୁ ରାଷ୍ଟ୍ରପତି ପଦକ, ୨ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି । ଫାୟାର ସର୍ଭିସ୍ରେ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ମଳୟ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିଛି ।

Watch Video: