MSP Hike for 14 Kharif Crops: ସଂକଟ ମଧ୍ୟରେ ଅଧିକ ସାର ବ୍ୟବହାର ନ କରିବାକୁ ରବିବାର କୃଷକଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ବୁଧବାର କୃଷକଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୧୪ ଖରିଫ ଫସଲର ଏମଏସଏପି ମୂଲ୍ୟ ବୃଦ୍ଧି କରାଯାଇଛି। ଫଳରେ ଚାଷୀ ଏହିସବୁ କୃଷୀ ଉତ୍ପାଦ ବିକି ଏବେ ଅଧିକ ଦୁଇ ପଇସା ପାଇବେ। ତେବେ କେଉଁ ଶସ୍ୟର MSPକେତେ ବଢ଼ିଲା ଆସନ୍ତୁ ଜାଣିବା।

ମେ ୧୩ ତାରିଖରେ କେନ୍ଦ୍ର ସରକାର ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିଛନ୍ତି। ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ ୪୫୦ ଟଙ୍କା ବୃଦ୍ଧି କରାଯାଇ ₹୮୪୫୦ କରାଯାଇଥିବା ବେଳେ ଧାନ ମୂଲ୍ୟରେ ₹୭୨ ଟଙ୍କା ବୃଦ୍ଧି ହୋଇଛି।

ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇଥିବା ବେଳେ କ୍ୟାବିନେଟ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଧାନର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟରେ ୭୨ ଟଙ୍କା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହା ₹୨,୪୪୧ ରଖାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଏବେ ଆସନ୍ତୁ ଜାଣିବା କେଉଁ ଶସ୍ୟର MSP କେତେ ବଢ଼ିଲା।

Also Read- ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ଏପ୍ରିଲରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ସମାନ୍ୟା ଶ୍ରେଣୀ କିମ୍ବା ଏ ଗ୍ରେଡ୍ ଧାନ ପାଇଁ ୭୨ ଟଙ୍କା ବୃଦ୍ଧି ହୋଇଛି।ଯ’ ପାଇଁ ୩୨୪ ଟଙ୍କା, ବାଜରାରେ ୧୨୫ ଟଙ୍କା, ମାଣ୍ଡିଆରେ ୩୧୯ ଟଙ୍କା, ମାକା ୧୦ ଟଙ୍କା, ହରଡ଼ ୪୫୦ ଟଙ୍କା, ମୁଗ ୧୨ ଟଙ୍କା, ବିରି ୪୦୦, ଚିନା ବାଦାମ ୨୫୪ ଟଙ୍କା, ସୂର୍ଯ୍ୟମୁଖୀ ପାଇଁ ୬୨୨ ଟଙ୍କା,ଶୋୟବିନ ୩୮୦ ଟଙ୍କା, ଖସା ୫୦୦ ଟଙ୍କା, ରାମତିଳ ୫୧୫ ଟଙ୍କା, ମିଡିଲ ଷ୍ଟେପଲ ଓ ଲଙ୍ଗ ଷ୍ଟେପଲ କପା ପାଇଁ ୫୫୭ ଟଙ୍କା ବୃଦ୍ଧି କରାଯାଇଛି।