ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି BSNL ଭାରତରେ ଏକ ନୂଆ ସାଟେଲାଇଟ ଫୋନ୍ ଲଞ୍ଚ କରିଛି। ଏହି ସାଟେଲାଇଟ ଫୋନ୍ କର୍ମସିଆଲ ବ୍ୟବହାର ପାଇଁ। ସାଟେଲାଇଟ ଫୋନର ବ୍ୟବହାର ବିନା ଅନୁମତିରେ ସାଧାରଣ ଜନତା କରିପାରିବେନାହିଁ। ଦୂରସଞ୍ଚାର ବିଭାଗ (DoT) ସ୍ପଷ୍ଟ କରିଛି ଯେ, ଅନୁମତି ମିଳିବା ପରେ ହିଁ ୟୁଜର୍ସ କିମ୍ବା ସଂସ୍ଥା ଏହି ସାଟେଲାଇଟ୍ ଫୋନ୍ ବ୍ୟବହାର କରିପାରିବେ।

କ’ଣ ହେବ ଫାଇଦା ?

ଏହା ଦ୍ବାରା ସବୁଠୁ ବଡ଼ ଫାଇଦା ହେବ ଯେ, ଯେଉଁ ଅଞ୍ଚଳରେ ନେଟଓ୍ବର୍କ ନାହିଁ। ସେଠାରେ ମଧ୍ୟ ଏହି ଫୋନ୍ ଦ୍ବାରା ଭଏସ କଲ୍ କରିପାରିବେ ଏବଂ ଆବଶ୍ୟକ ପଡ଼ିଲେ ଇମରଜେନ୍ସୀ ସପୋର୍ଟ ପାଇପାରିବେ। BSNL ସାଟେଲାଇଟ ଫୋନରେ ୟୁଜର୍ସଙ୍କୁ ବଡ଼ ବ୍ୟାଟେରୀ ଲାଇଫ ମଧ୍ୟ ମିଳିବ। ସାଟେଲାଇଟ ନେଟଓ୍ବର୍କ ସେହି କ୍ଷେତ୍ରରେ ପହଞ୍ଚିପାରିଥାଏ ଯେଉଁଠାରେ ମୋବାଇଲ ନେଟଓ୍ବର୍କ ପହଞ୍ଚିପାରିନଥାଏ।

ସରକାରୀ ଟେଲିକମ୍ କମ୍ପାନିର ଏହି ସାଟେଲାଇଟ ଫୋନ୍ ୧, ୩୪, ୧୬୬ ଟଙ୍କାରେ ଲଞ୍ଚ୍ କରାଯାଇଛି। ଦାମ୍ ହିସାବରେ ଦେଖିଲେ ଏହି ଫୋନ୍ ଆପଲ୍ ଆଇଫୋନ୍ ୧୭, ଆଇଫୋନ୍ ୧୭ ପ୍ରୋ ଏବଂ ସାମସଙ୍ଗ୍ର ଲେଟେଷ୍ଟ ସ୍ମାର୍ଟଫୋନ୍ ଗାଲାକ୍ସି S26 ଅଲ୍ଟ୍ରା ଠାରୁ ମଧ୍ୟ ମହଙ୍ଗା।

Also Read: ମାତ୍ର ୫୫ ଟଙ୍କାରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଜିଓର ନୂଆ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ

ଏହି ସାଟେଲାଇଟ୍ ଫୋନ୍ ବିଷୟରେ ଅଧିକ ଜାଣିବାକୁ ଯାଉଥିଲେ ଆପଣଙ୍କୁ ନିକଟସ୍ଥ BSNL ଅଫିସ୍ ଯାଇପାରିବେ କିମ୍ବା ଅଧିକ ସୂଚନା ପାଇଁ ୯୭୬୮୮୬୬୬୫୨ରେ କଲ୍ କରିପାରିବେ। କମ୍ପାନି ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରତିରକ୍ଷା, ସାମୁଦ୍ରିକ ଅପରେସନ, ବିପର୍ଯ୍ୟୟ ପରିଚାଳନାରେ ସହାୟତା, ମାଇନିଂ, ଦୁର୍ଗମ ଅଞ୍ଚଳରେ କାମ, ତୀର୍ଥଯାତ୍ରୀ ଏବଂ ଆଡଭେଞ୍ଚର ଟ୍ରାଭେଲ ପାଇଁ ଖୁବ୍ ଭଲ।