ବଲାଙ୍ଗିର: ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ନବ ବଧୂକୁ ବାଟରୁ ବନ୍ଧୁକ ଦେଖାଇ ନେଇଗଲା ପ୍ରେମିକ । ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗୀର ଜିଲ୍ଲା ଖୁଜେନପାଲିକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ତରଭା ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଖୁଜେନପାଲି ଗାଁର ରିଙ୍କୁ ନାମକ ଯୁବକ କଣ୍ଟାମାଳର ଯୁବତୀଙ୍କୁ ଗତ ରାତିରେ ବୈଦିକ ରାତିରେ ବାହା ହୋଇଥିଲେ। ଘରକୁ ଫେରିବା ବେଳେ ତରଭା ଥାନା ଅର୍ନ୍ତଗତ ବଡ଼ବନ୍ଧ ନିକଟରେ ଅଚାନକ ୪/୫ ଜଣ ଯୁବକ ଆସି ଗାଡ଼ି ଅଟକାଇ ଥିଲେ। ଗାଡ଼ି ଅଟକିବା ପରେ ବନ୍ଧୁକ ଦେଖାଇ ଗାଡିରୁ ନବବଧୂକୁ ନେଇ ଯାଇଥିଲେ।

ତେବେ ଘଟଣାକୁ ନେଇ ତରଭା ଥାନାରେ ପହଞ୍ଚିଥିଲେ ବର। ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲେ ହେଁ ପୋଲିସ ଏନେଇ ତନାଘନା ଜାରି ରଖିଥିବା ସୂଚନା ମିଳିଛି।