ଭୁବନେଶ୍ୱର, ୦୫/୧୦:ରାସ୍ତା ଉପରେ ବାଇକ୍ ରଖ୍ ଭାଷା ଅଭାଷାରେ ଗାଳିକଲେ। ଯାହାକୁ ଦେଖୁଲେ ଡାକିହାକି ଖରାପ ବ୍ଯବହାର କଲେ । ଘଣ୍ଟାଏ କାଳ ନିଶାସକ୍ତ ଅବସ୍ଥାରେ ଫୁଲ୍ ବୋବାଲ୍ କରି ପୁଲିସ ଆସିଲା ବେଳକୁ ଫେରାର ହୋଇଗଲେ। ଏମିତି ଘଟଣା ଘଟିଛି ନୀଳାଦ୍ରି ବିହାର ଜିଏ ପ୍ଳଟ ସ୍ଥିତ ତେଜ୍ ପ୍ଯାଲେସ ହୋଟେଲ ସମ୍ମୁଖରେ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ତେଜ୍ ପ୍ୟାଲେସ ହୋଟେଲ ସମ୍ମୁଖରେ ଜଣେ ଯୁବକ ଓ ଯୁବତୀ ନିଶାସକ୍ତ ଅବସ୍ଥାରେ ଆସିଥିଲେ । ରାସ୍ତା ଉପରେ ବାଇକ୍ ରଖ୍ ରାସ୍ତା ଅବରୋଧ କରିବା ସହିତ ପାଖ ଦାକାନରେ ବସିଥିବା ଲୋଜମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କଲେ। । ଲୋକମାନେ ଏହାଙ୍କୁ ବିରୋଧ କରିବାରୁ ଯୁବକ ଯୁବତୀ ତାଙ୍କ ସାଙ୍ଗମାନଙ୍କୁ ଡାକି ରାସ୍ତା ଉପରେ ଉନ୍ମତ୍ତ କାଣ୍ଡ ଭିଆଇ ଥିଲେ।

Also Read :- ୯ରେ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା, ଟ୍ରମ୍ପଙ୍କ ହାତକୁ ଯିବ କି ନୋବେଲ୍ ?

ଏଥିରେ ଲୋକମାନେ ଅତିଷ୍ଠ ହୋଇ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ। ପିସିଆର ଭ୍ୟାନ ପହଞ୍ଚିଲା ବେଳକୁ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।