ବୌଦ୍ଧ ୨୩।୦୪ : ବଢୁଛି ଖରାର ପ୍ରକୋପ । ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି । ଆଉ ୩ ଦିନ ବଢିଲା ବୌଦ୍ଧ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଖବର ଅନୁଯାୟୀ, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପ୍ରଥମ ଜିଲ୍ଲାର ସମସ୍ତ ସ୍କୁଲକୁ ୨୩ ଯାଏଁ ଛୁଟି ଘୋଷଣା କରିଥିଲେ । ଏହାପରେ ସ୍କୁଲ ଖୋଲିବାର ଥିଲା । ହେଲେ ଖରାର ପ୍ରକୋପ ନକନିବାରୁ ଜିଲ୍ଲାପାଳ ଛୁଟି ଘୋଷଣାକୁ ଆହୁରି ବୃଦ୍ଧି କରିଛନ୍ତି । ବୌଦ୍ଧ ଜିଲ୍ଲାରେ ଆଉ ୩ ଦିନ ବଢିଛି ଛୁଟି । ଅପ୍ରେଲ ୨୩ ତାରିଖରୁ ୨୫ ତାରିଖ ଯାଏଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପରବର୍ତ୍ତୀ ନିଷ୍ପତ୍ତି ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ।

Also Read:-୪୬୨୩ ଜଣଙ୍କୁ ମିଳିବ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ବଣ୍ଟିବେ ନିଯୁକ୍ତି ପତ୍ର

ସୂଚନାଯୋଗ୍ୟ ଯେ, ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ । ବରଂ ବଢ଼ିବ ସୂର୍ଯ୍ୟଦେବଙ୍କ କୋପ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଡେଇଁପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ବି ବର୍ତ୍ତିବ ନାହିଁ । ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ଲାଗି ଯାଇଥିଲା । ଢେଙ୍କାନାଳ ଦଶମ ଉତ୍ତପ୍ତ ସହର ଓ ଅନୁଗୁଳ ୧୨ତମ ସ୍ଥାନରେ ରହିଥିଲା । ପାଣିପାଗ ବିଭାଗ ସତର୍କ କରାଇଛି, ଆଗକୁ ବି ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା କ୍ଷୀଣ । ତାତି ଆହୁରି ବଢ଼ିବ, ଅସମ୍ଭାଳ ହେବ ।