ବୌଦ୍ଧ ୧୭।୧୧: ବୌଦ୍ଧ ସହରର ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ନିଖୋଜର ୫ ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ । ବୌଦ୍ଧ-ରେଢ଼ାଖୋଲ ରାସ୍ତା କଦଳୀଗଡ଼ି ନିକଟସ୍ଥ ତନ୍ତଗାଡ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟବସାୟୀଙ୍କୁ ପିଟି ପିଟି ମାରି ଦେଇଥିବା ସୂଚନା ମିଳିଛି । ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।

Also Read:- RIଙ୍କୁ ବିରୋଧ କରି ଚର୍ଚ୍ଚାରେ ଥିଲେ ଚାମେଲି, ଏବେ ତିଖିରିରେ ଜବରଦଖଲ ଉଚ୍ଛେଦ

ତେବେ ହତ୍ୟାକାଣ୍ଡର କାରଣ ନେଇ ବୌଦ୍ଧ ପୋଲିସ ତନାଘନା ଚଳାଇଛି । ଘଟଣାସ୍ଥଳରେ ଏସପି ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ତଦନ୍ତ ସୂଚନା ଅନୁଯାୟୀ, ନିଖୋଜ ଦିନ ଅର୍ଥାତ୍ ୧୨ ତାରିଖ ଦିନ ଶିକ୍ଷକଙ୍କ ସହିତ ବିରୂପାକ୍ଷ ଆସିଥିବା ବେଳେ ଏହି ଜଙ୍ଗଲରେ ତାଙ୍କୁ ପିଟି ପିଟି ମାରି ଦେଇଥିବା ସହିତ ତାଙ୍କୁ ଏକ ପଥର ସନ୍ଧିରେ ବସ୍ତାରେ ପୁରାଇ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ତେବେ ଏଥିରେ ୪ରୁ ୫ ଜଣ ବ୍ୟକ୍ତି ଥିବା ସୂଚନା ମିଳିଛି ।