ଭଦ୍ରକ: ଜିଲ୍ଲାରେ ଖୋଲିଛି କଲ୍ୟାଣ ଜ୍ବେଲର୍ସର ନୂତନ ଶୋ ରୁମ୍। ଭଦ୍ରକ ସହରର ବାଇପାସଠାରେ ଖୋଲିଥିବା ଏହି ଶୋ ରୁମକୁ ବଲିଉଡ ଅଭିନେତ୍ରୀ କରିସ୍ମା କପୁର୍ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଫ୍ୟାନଙ୍କ ଉଦ୍ଦେଶ୍ୟରେ କରିସ୍ମା ମଞ୍ଚରେ ନୃତ୍ୟ ମଧ୍ୟ କରିଥିଲେ। ପରେ ଆନୁଷ୍ଠାନିକ ଭାବେ କଲ୍ୟାଣ ଜୁଏଲାରୀକୁ ଉଦ୍ଦଘାଟନ କରିବା ସହ ଶୋ ରୁମ୍ ପରିସରରେ ବେଶ୍ କିଛି ସମୟ କଟାଇବା ସହ ଫଟୋ ସୁଟ୍ କରିଥିଲେ ।

ଏହି ଶୋ ରୁମ୍ ଲୋକଙ୍କ ସେବା ଯୋଗାଇବା ଆରମ୍ଭ କରିଛି। ବିଶ୍ୱସନୀୟତା ପାଇଁ କଲ୍ୟାଣ ଜୁଏଲାରୀ ଉପରେ ଭରସା କରିବା ପାଇଁ ଫ୍ୟାନଙ୍କୁ ଅପିଲ କରିଛନ୍ତି। କରିସ୍ମା କହିଛନ୍ତି ଯେ, ଓଡ଼ିଶା ଆସି ମୁଁ ବହୁତ ଖୁସି । ଆଗାମୀ ସମୟରେ ମୁଁ ଓଡ଼ିଶାର ଅନେକ ସ୍ଥାନ ବୁଲି ଦେଖିବା ପାଇଁ ନିଶ୍ଚିତ ଯିବି। ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବହୁତ ଧନ୍ୟବାଦ୍ ଦେଇଛନ୍ତି କରିସ୍ମା।