ନୂଆଦିଲ୍ଲୀ: ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ଅଭିଷେକ ବଚ୍ଚନ। କବାଡ଼ି ପରେ ଏବେ କ୍ରିକେଟ ଟିମ୍ କିଣି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ଏହି ବଲିଉଡ ଅଭିନେତା। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସେ ସୂଚନା ଦେଇଛନ୍ତି। ପ୍ରକୃତରେ ମଙ୍ଗଳବାର ତାଙ୍କୁ କ୍ରିକେଟ ଜଗତର କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ଼ଙ୍କ ସହ ଆଗାମୀ ୟୁରୋପୀୟ ଟି୨୦ ପ୍ରିମିୟର ଲିଗ୍ (ETPL)ରେ ଏକ ଫ୍ରାଞ୍ଚାଇଜ ମାଲିକ ଭାବରେ ଘୋଷଣା କରାଯାଇଛି।

ଅଭିଷେକ ଏହି ଘୋଷଣା କରି ରାହୁଲ ଦ୍ରାବିଡ଼ଙ୍କ ସହ ଉଠାଇଥବା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଅଭିଷେକଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ଲୁକରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଶାହରୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ସେହିଭଳି ଖଳନାୟକ ଭୂମିକାରେ ଅଭିଷେକଙ୍କୁ ଦେଖିବାକୁ ମିଳିବ। ତେବେ ବଲିଉଡ ଷ୍ଟାର ଏବଂ ପୂର୍ବତନ ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ ଖୁସି ଜାହିର କରିଛନ୍ତି ଏବଂ ଏହାକୁ ଏକ ରୋମାଞ୍ଚକ ପଦକ୍ଷେପ କହିଛନ୍ତି।

 

ସେପଟେ ଉଭୟଙ୍କ ଫ୍ୟାନ ଏହାକୁ ନେଇ ଖସି ଜାହିର କରୁଛନ୍ତି। ଜଣେ ପ୍ରଶଂସକ କହିଛନ୍ତି ‘‘ମୋ ପିଲାଦିନର ଦୁଇ ହିରୋ ଏକାଠି,’’ ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ‘‘ପିଲାଦିନର ସ୍ବପ୍ନ’’, ଆଉ ଜଣେ ଲେଖିଛନ୍ତି ‘‘ମୋର ସବୁଠୁ ପ୍ରିୟ ତାରକା ଗୋଟିଏ ଫ୍ରେମରେ।’’

ସୂଚନାଥାଉକି, ଅଭିଷେକ ବଚ୍ଚନଙ୍କ ପାଖରେ ପୂର୍ବରୁ ଏକ କବାଡ଼ି ରହିଛି। ସେ ସେଲିବ୍ରିଟି ଫୁଟବଲ ଲିଗର ସକ୍ରିୟ ସଦସ୍ୟ ମଧ୍ୟ। ତେବେ ଏହାକୁ ନେଇ ଅଭିଷେକ ବଚ୍ଚନ କହିଛନ୍ତି ଯେ, କ୍ରିକେଟ ଲିଗର ଲକ୍ଷ୍ୟ ୟୁରୋପରେ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଭାବରେ ନିଜର ପରିଚୟ କରିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଟପ୍ ପ୍ରତିଭାଙ୍କୁ ପ୍ରଦର୍ଶିତ କରିବା। ସେ ଏକ ବିବୃତ୍ତିରେ କହିଛନ୍ତି ‘ମୁଁ ଭାବୁଛି ୟୁରୋପରେ ଏକ ବିଶ୍ବସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଦରକାର। ଆଉ ମୁଁ ଏହା ଦେଖି ଖୁବ୍ ଖୁସି ମତେ ଏହା ଦେଖି ଖୁବ୍ ଖୁସି ହେଉଛି ଯେ, ଯେଉଁ ଖେଳାଳିଙ୍କୁ ପୂର୍ବରୁ ସାଇନ କରାଯାଇସାରିଛି ସେମାନଙ୍କ ଦ୍ବାରା ଏହି ପ୍ରତିଶ୍ରୁତି ପୂରଣ ହେବ।’’

Also Read: ରିଷି କପୁରଙ୍କ ମୃତ୍ୟୁ ପରେ ମଦ ପିଇବାରେ ଲାଗିଥିଲେ ନୀତୁ, କାମକୁ ଫେରିବା ପରେ ହେଉଥିଲେ ଟ୍ରୋଲ

ଉଲ୍ଲେଖଯୋଗ୍ୟ, ଇଟିପିଏଲର ପ୍ରଥମ ସେସନରେ ଗ୍ଲାସଗୋ, ଆମଷ୍ଟରଡମ, ଏଡିନବର୍ଗ, ଡବଲିନ, ବେଲଫାଷ୍ଟ ଏବଂ ରୋଟରଡାମର ପ୍ରତିନିଧିତ୍ବ କରୁଥିବା ୬ ସହର ଆଧାରିତ ଫ୍ରାଞ୍ଚାଇଜ ମଧ୍ୟରେ ୩୩ ମ୍ୟାଚ ଖେଳାଯିବ।