ବାଲିପାଟଣା ୦୬।୦୯ : ଦୀର୍ଘ ସମୟରେ ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ । ଟଙ୍କପାଣି ବ୍ରିଜ ଉପରୁ ଡେଇଁଥିବା ଯୁବକ ଭବାନୀଙ୍କ ମୃତଦେହ ମିଳିଛି । ବ୍ରିଜ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଠାବ ହୋଇଛି ଭବାନୀଙ୍କ ମୃତଦେହ । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ଟା ସମୟରେ ଟଙ୍କପାଣି ବ୍ରିଜ ଉପରୁ ଭବାନୀ ନାମକ ଜଣେ ଯୁବକ ଡେଇଁପଡିଥିଲେ । ସେ ଏକ ଇ-କମର୍ସ ଫାଟଫର୍ମରେ ଡେଲିଭରି ବଏ ଭାବେ କାମ କରୁଥିଲେ । ହେଲେ ହଠାତ୍‌ ଏମିତି କଣ ହେଲା ଯେ, ସେ ରାତି ୧୧ ଟା ସମୟରେ ଟଙ୍କପାଣି ବ୍ରିଜ୍‌ ଉପରୁ ନଦୀକୁ ଡେଇଁପଡିଥିଲେ । ଏହାପରେ ତୁରନ୍ତ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଦୀର୍ଘ ସମୟ ଧରି ରାତିରେ ଚାଲିଲା ସର୍ଚ୍ଚ ଅପରେସନ । ତଥାପି ଯୁବକଙ୍କର କୌଣସି ପତ୍ତା ମିଳିନଥିଲା ।

ସେପଟେ ରବିବାର ସକାଳୁ ପୁଣି ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଟଙ୍କପାଣି ବ୍ରିଜ୍‌ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଭବାନୀଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ଉଦ୍ଧାରକାରୀ ଦଳ । ଏହାପରେ ତୁରନ୍ତ ତାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । ମୃତଦେହକୁ ଆଣି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଉ ଏବେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।

Also Read:-ଟେନ୍ସାରେ ସ୍ୱିଜରଲାଣ୍ଡ ଭଳି ଅନୁଭବ : ପାହାଡ ଉପରେ ମେଘ ଓ କୁହୁଡିର ଅପୂର୍ବ ମିଳନ