‎ଆସିକା ୨।୧୦: ଦୀର୍ଘ ୫ ଦିନ ପରେ ରୁଷିକୁଲ୍ୟା ନଦୀରୁ ଉଦ୍ଧାର ହେଲା ନାବାଳକଙ୍କ ମୃତଦେହ I ଗଞ୍ଜାମ ଜିଲ୍ଲା ବରଡାବିଲି ରୁଷିକୁଲ୍ୟା ନଦୀରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ ନାବାଳକ ଜଣକ ହେଉଛନ୍ତି ସୋରଡା ମଠ ସାହିର କିସମ ନାୟକ l ୫ ଦିନ ତଳେ ସେ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଭାସିଯାଇଥିଲେ l ଦୁଇ ଦିନ ଧରି ସୋରଡା ଅଗ୍ନିଶମ ବାହିନୀ ଓ ପୋଲିସ ଖୋଜାଖୋଜି କରିଥିବା ବେଳେ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା l

Also Read:- ୧୬୦ କେଜି ଚାଉଳ ବଦଳରେ ମିଳିଲା ୧୧୦ କେଜି, ଉଠିଲା ଅଭିଯୋଗ

ତେବେ ଶୁକ୍ରବାର ଧରାକୋଟ ଥାନା ଅଧିନ ଋଷିକୂଲ୍ୟା ନଦୀରେ ନାବାଳକଙ୍କ ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଧରାକୋଟ ଅଗ୍ନିଶମ ବାହିନୀ ଓ ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି l