ଭୁବନେଶ୍ବର: ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ମାମଲାରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ ।

ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମହିଳାଙ୍କ ସ୍ବାମୀ ପୂର୍ବରୁ ଜଣେ ବ୍ୟାଙ୍କର ଥିବା ବେଳେ ବାରମ୍ବାର ସସପେଣ୍ଡ୍ ହୋଇଥିଲେ । ଏମିତିକି ବିବାହ ପରଠାରୁ ହିଁ ନିର୍ଯାତନା ଦେଇଆସୁଥିଲେ। ଆଉ ଘରେ ଥିବା ବେଳେ ପତ୍ନୀଙ୍କୁ ଯୌତୁକ ମାଗିବା, ମାନସିକ ନିର୍ଯାତନା ଦେଉଥିଲେ। ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ମହିଳାଙ୍କ ପରିବାର ଲୋକ।

Also Read: ଜେଲ୍ ଭିତରେ ନିଶାଦ୍ରବ୍ୟ ଓ ମୋବାଇଲ୍! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ତେବେ ଅଭିଯୋଗ ପରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି।