ସୋର ୨୯।୮: ବାଲେଶ୍ବର ସୋର ଉପକାରାଗାରକୁ ନେଇ ପୁଣି ଚର୍ଚ୍ଚା । ଜେଲ୍ ଭିତରେ କଏଦୀଙ୍କ ହାତରେ ଗଞ୍ଜେଇ, ସିଗାରେଟ୍, ତମାଖୁ, ଟଙ୍କା ଓ ମୋବାଇଲ୍ ଥିବା ଭିଡିଓ ଏବେ ଭାଇରାଲ୍ । ଏହି ଭିଡିଓଟି ସୋର ଉପକାରାଗାରର ବୋଲି ଦାବି କରାଯାଉଛି ।

ଭିଡିଓରେ ଜଣେ କଏଦୀ ଜେଲ୍ ଭିତରେ ବସି ଗଞ୍ଜେଇ, ସିଗାରେଟ୍, ତମାଖୁ, ଟଙ୍କା ଓ ମୋବାଇଲ୍ ଫୋନ୍ ଧରିଥିବା ଦେଖାଯାଉଛି । ଜେଲ୍ ଭିତରେ ଯଦି ପ୍ରକୃତରେ ନିଶାଦ୍ରବ୍ୟ ଓ ମୋବାଇଲ୍ ପହଞ୍ଚିଥାଏ, ତେବେ ଏହା କିପରି ସମ୍ଭବ ହେଲା ? କିଏ ଦେଲା ? ଏହା ପଛରେ କାହାର ସମ୍ପୃକ୍ତି ରହିଛି ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ।

Also Read:- ସରକାରଙ୍କୁ ଛାତ୍ର କଂଗ୍ରେସର ଚେତାବନୀ, ଛାତ୍ର ସଂସଦ ନିର୍ବାଚନ ନକଲେ ସବୁ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନ୍ୟପଟେ ଗତ ତିନି ଦିନ ତଳେ ଜଣେ ୱାର୍ଡେନଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଘଟଣାର ତଦନ୍ତ ସୋର ପୋଲିସ ପକ୍ଷରୁ ଜାରି ରହିଛି । ଦୁଇଟି ଘଟଣା ପରେ ସୋର ଉପକାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଭାଇରାଲ୍ ଭିଡିଓରେ ଗଞ୍ଜେଇ, ନିଶାଦ୍ରବ୍ୟ ଓ ମୋବାଇଲ୍ ଦେଖାଯାଉଥିବା ଘଟଣାର ତଦନ୍ତ କରାଯିବ ବୋଲି ସବ୍ ଜେଲର କହିଛନ୍ତି । ଆବଶ୍ୟକ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।