ଭୁବନେଶ୍ୱର: ତାମିଲନାଡୁ ଏକ୍ସପ୍ରେସରେ ସୁଟ୍‌କେସରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳି ମିଳିବା ଘଟଣା ଏବେ ଓଡ଼ିଶାରେ ଚହଳ ପକାଇ ପକାଇଛି । ହତ୍ୟାକାରୀ ଦମ୍ପତି ଧରାପଡ଼ିନଥିଲେ ହେଁ ମୃତକଙ୍କ ପରିଚୟ ମିଳିସାରିଛି । ମୃତକଜଣକ ହେଲେ, ହାୟାତୁନ ନିଶା (୩୮) । ତାଙ୍କ ଘର ଜଗତସିଂହପୁରରେ। ତାମିଲନାଡୁ ପୁଲିସ ଅନୁମାନ କରୁଛି ଯେ, ଏହି ରହସ୍ୟଭରା ହତ୍ୟାକାଣ୍ଡର ଚେର ଚେନ୍ନାଇରୁ ଭାୟା ଆଗ୍ରା ହୋଇ ଜଗତସିଂହପୁରକୁ ଲମ୍ବିଛି।

ହାୟାତୁନଙ୍କ ସ୍ବାମୀ ହେଲେ ଜହୁର ଖାନ୍। ସେ ଚେନ୍ନାଇରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ସେଠାକାର ଗୁଡ଼ୁ ଭଞ୍ଚେରୀ ମସଜିଦ୍ ଷ୍ଟ୍ରିଟ୍ ଅଞ୍ଚଳରେ ଭଡ଼ାଘରେ ଏକ ଦମ୍ପ ଦମ୍ପତିଙ୍କ ସହ ରହୁଥିଲେ। ଯେହେତୁ ମୃତକଙ୍କ ଘର ଜଗତସିଂହପୁରରେ। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡରେ ଫେରାର୍ ଦମ୍ପତି ଜଗତସିଂହପୁର ବାସିନ୍ଦା ବୋଲି ତାମିଲନାଡୁ ପୁଲିସ ଅନୁମାନ କରୁଛି। ମୃତକଙ୍କ ପରିବାର ଲୋକଙ୍କଠାରୁ ଅଧିକରୁ ଅଧିକ ତ‌ଥ୍ୟ ହାସଲ କରାଯାଉଛି।

ତାମିଲନାଡୁ ପୁଲିସ ଫେରାର୍ ଦମ୍ପତିଙ୍କୁ ଚିହ୍ନଟ କରିଥିଲେ ହେଁ ଠାବ କରିପାରିନାହିଁ। ଏକ ନାଲି ରଙ୍ଗର ଟ୍ରଲିର ଖଣ୍ଡବିଖଣ୍ଡିତ ଶବକୁ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନକୁ ଯାଉଥିବା ସନ୍ଦିଗ୍ଧ ଯୁବକ ମାଣିକ ଉଦ୍ଦିନ୍ ଲସ୍କର ଓଡ଼ିଆ ନୁହନ୍ତି ବୋଲି ପୁଲିସ ସ୍ପଷ୍ଟ କରିଛି । ତା' ଘର ଆସାମରେ। ଲସ୍କର ସହ ଉକ୍ତ ଭଡ଼ାଘରେ ଏକାଠି ରହୁଥିବା ଭଗବତୀ ମାଝୀ ମଧ୍ୟ କେଉଁଆଡ଼େ ଅର୍ନ୍ତଧ୍ୟାନ ହୋଇଯାଇଛି। ତାକୁ ଠାବ କରିବା ତାମିଲନାଡୁ ପୁଲିସ ପାଇଁ କାଠିକର ପାଠ ହୋଇଛି ? ଭଗବତୀର ପ୍ରକୃତ ଘର କେଉଁଠି ? ଅସଲି ନାଁ କ'ଣ? ସେନେଇ ମଧ୍ୟ ପୁଲିସ ନ୍ଦ୍ବନ୍ଦ୍ବରେ।

Also Read: ଚୋରା ସୁନାରେ ଗୋଲ୍ଡ ଲୋନ୍, ଗିରଫ ଲୁଟେରାଙ୍କୁ ପଚରାଉଚରା ପରେ ସାମ୍ନାକୁ ଆସିଲା ନୂଆ ତରିକା

ଏପରିସ୍ଥଳେ ଜଗତସିଂହପୁରର ଚର୍ଚ୍ଚିତ ଓ ରହସ୍ୟମୟ ମହିଳା ରୁକ୍‌ସାନା ବେଗମ୍ ନାଁ ଚର୍ଚ୍ଚାକୁ ଆସିଛି । ୨ ବର୍ଷ ଧରି କେଉଁଆଡ଼େ ଗାଏବ୍ ଥିବା ଏହି ଧୂର୍ଭ ମହିଳାଜଣକ ପୁଲିସ ସ୍କାନରକୁ ଆସିଛି। ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗର ବ୍ୟବସାୟୀ ବିଶ୍ବମ୍ବର ସାମଲଙ୍କ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ରୁକ୍‌ସାନା।

୨୦୨୩ ମସିହା ଅକ୍ଟୋବରରେ ବିଶ୍ଵମ୍ବର ହଠାତ୍ ନିଖୋଜ ହୋଇଗଲେ। ପରଜଙ୍ଗ ଥାନା ପୁଲିସ ଗତବର୍ଷ ଅଗଷ୍ଟରେ ଜଗତସିଂହପୁର ସହରରେ ଖୋଳତାଡ଼ କରି ଖାଲି ହାତରେ ଫେରିଥିଲା। ରୁକ୍‌ସାନା ସେଠାକାର ଓହଳ ବଜାରରେ ଏକ ଭଡ଼ାଘରେ ଦୁଇ ଝିଅ ଓ ଗୋଟିଏ ପୁଅ ସହ ରହୁଥିଲା।

ବିଶ୍ୱମ୍ବରଙ୍କ ସହ ଅନୈତିକ ସମ୍ପର୍କ ଓ ମନୋମାଳିନ୍ୟରୁ ରୁକ୍‌ସାନା କିଛି କାଣ୍ଡ ଭିଆଇଥିବାର ଗନ୍ଧ ବାରିଥିଲା ପରଜଙ୍ଗ ପୁଲିସ। ସେହିପରି କୋଟିଏ ଟଙ୍କା ସୁନା ହଡ଼ପ ମାମଲାରେ ରାଜସ୍ଥାନ ପୁଲିସ ମଧ୍ୟ ରୁକ୍‌ସାନାକୁ ଅଭିଯୁକ୍ତ ଦର୍ଶାଇଥିଲା। ଗତବର୍ଷ ଡିସେମ୍ବରରେ ରାଜସ୍ଥାନର ଏକ ପୁଲିସ ଟିମ୍ ଜଗତସିଂହପୁର ଆସି ଏହି ଧୂର୍ଭ ମହିଳାକୁ ଟେର୍ ଖୋଜିଥିଲା। କିନ୍ତୁ ରୁକ୍‌ସାନା ଓହଳସ୍ଥିତ ଭଡ଼ାଘରେ ରହୁନଥିବାରୁ ପୁଲିସ ଖାଲି ହାତରେ ଫେରିଥିଲା। ଏହି ଚତୁର ମହିଳାଜଣକ ନିଜ ଆଧାର କାର୍ଡରେ ଠିକଣା ବଦଳାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା।

ଶିଶୁପୁତ୍ର ଅପହରଣ ମାମଲାରେ ଜାହିଦ୍ ମିର୍ଜା ନାମକ ସହଯୋଗୀ ସହ ସେ ପୂର୍ବରୁ ଗିରଫ ହୋଇଥିଲା। ତାମିଲନାଡୁ ହତ୍ୟାକାଣ୍ଡରେ ରୁକ୍‌ସାନାର ସମ୍ପୃକ୍ତି ନେଇ ଖୋଳତାଡ଼ କରୁଛି ପୁଲିସ। ଭଗବତୀ ନାମରେ ପରିଚୟ ଲୁଚାଇ ଚେନ୍ନାଇରେ ରହୁଥିବା ନେଇ ମଧ୍ୟ ତନାଘନ ଚାଲିଛି।