ମାର୍ଶାଘାଇ ୩୧।୧୦: ମାର୍ଶାଘାଇରେ ବଡ ଅଘଟଣ । ଲୁଣା ନଦୀ ମଣିଘାଟରେ ବାଲି ଭର୍ତ୍ତି ଡଙ୍ଗା ବୁଡି ଜଣେ ନିଖୋଜ । ଡଙ୍ଗାରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଲୁଣା ନଦୀ ମଣିଘାଟରୁ ଶନିବାର ସକାଳେ ଏକ ବାଲି ବୋଝେଇ ଡଙ୍ଗା ନଦୀ ପାର ହେବା ସମୟରେ ହଠାତ୍ ମଝି ନଦୀରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଡଙ୍ଗା ବୁଡିବା ଦେଖି ନଦୀ କୂଳରେ ଥିବା ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ତୁରନ୍ତ ନଦୀକୁ ଡେଇଁ ପଡିଥିଲେ । ସେମାନେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଆଉ ଜଣକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏବେ ବି ବାଲି ଡ଼ଙ୍ଗା ସହ ଜଣେ ନିଖୋଜ ଅଛନ୍ତି । ମଣିଘାଟରେ ପ୍ରାୟତଃ ଏଭଳି ବାଲି ବୋଝେଇ ଡଙ୍ଗା ଚଳାଚଳ କରୁଥିବା ଅଭିଯୋଗ ହେଉଛି ।

Also Read: ଓଡିଶା ଇତିହାସରେ ପାତ୍ରପୁର ଦେଖିଲା ଚତୁର୍ଥ ବଡ଼ ବର୍ଷା, ଗଞ୍ଜାମରେ ପ୍ରଳୟର କାରଣ କହିଲେ SRC

ତେବେ ଆଜିର ଏହି ଅଘଟଣ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

​​​​​​​Watch Video: