ଆଠଗଡ଼ ୯।୯: ଆଠଗଡ଼ ପଞ୍ଚାୟତ ସମିତି ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲା ପ୍ରଶାସନ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । BNSର ଧାରା ୧୬୩ ଲାଗୁ କରାଯାଇଛି ।

​​​​​​​

Also Read:- ଭୋଗରାଇରୁ ଓରାଙ୍ଗଓଟାନ୍ ଉଦ୍ଧାର ଘଟଣାରେ ନୂଆ ଟ୍ୱିଷ୍ଟ, CCTV ଫୁଟେଜ୍ ଖୋଲିବ କି ରହସ୍ୟ ?

ଗତ ପଞ୍ଚାୟତ ସମିତି ବୈଠକରେ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନଜରରେ ରଖି ଆଜିର ବୈଠକ ପୂର୍ବରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ୫ ଜଣ ଇନ୍ସପେକ୍ଟର, ୩ ଜଣ ଡିଏସପି ଏବଂ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି ।

Watch Video: