ରାଉରକେଲା: କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୭ ତାରିଖ ଅର୍ଥାତ ସୋମବାର ପାଳନ ହୋଇଛି ସ୍ବଚ୍ଛ ବାୟୁ ଦିବସ ୨୦୨୬। ଏହି ଦିବସରେ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱଚ୍ଛ ଜଳବାୟୁ ସର୍ବେକ୍ଷଣରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବ ରାଉରକେଲା ସହରକୁ ପୁରସ୍କୃତ କରାଯାଇଛି।

ସ୍ବଚ୍ଛ ବାୟୁ ଦିବସ ୨୦୨୬ ଉପଲକ୍ଷେ ରାଉରକେଲା ସିଭିକ ସେଣ୍ଟରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ ଜଳବାୟୁ ସର୍ବେକ୍ଷଣରେ ରାଉରକେଲା ସହରକୁ ତିନୋଟି ପୁରସ୍କାର ମିଳିଛି। ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା , ସସସ୍ତଙ୍କ ପାଇଁ ସ୍ୱଛ ବାୟୁ ସହ ନାଗରିକମାନଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ଏହି ସର୍ବେକ୍ଷଣ ଆୟୋଜନ କରାଯାଇଆସୁଛି।

Also Read: ବାଇକ୍, ସ୍କୁଟି ଚଢ଼ିବାକୁ ପୋଲିସ ଅଧିକାରୀଙ୍କ ମନ ଉଣା, ଥାନାରେ ପଡ଼ିରହିଛି, ପୂରଣ ହେଉନି ମୂଳ ଉଦ୍ଦେଶ୍ୟ

ଚଳିତ ବର୍ଷ ଦେଶର ୩ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଲୋକେ ବସବାସ କରୁଥିବା ୧୩୦ଟି ସହରରେ ଏହି ସର୍ବେକ୍ଷଣ କରାଯାଇଥିବା ବେଳେ ରାଉରକେଲା ଅଧିକାର କରିଛି ଶ୍ରେଷ୍ଠ ସ୍ଥାନ। ସୁନ୍ଦରଗଡ଼ ଜିଲ୍ଲାପାଳ , ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।