ନୂଆଦିଲ୍ଲୀ,୦୪/୦୮:ଆସନ୍ତା ୫ ବା ବୁଧବାର ତାରିଖରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ ଏକ୍ସ ପକ୍ଷରୁ ଏହି ଫାଲକାନ-୯ ରକେଟ ଛଡାଯାଇଥିଲା । କିନ୍ତୁ ସେଥିରୁ ଏକ ବିରାଟ ଖଣ୍ଡ ମହାକାଶରେ ରହିଯାଇଛି। ବର୍ତ୍ତମାନ ଏହି ରକେଟ ଖଣ୍ଡ ଚନ୍ଦ୍ର ଆଡକୁ ସେକେଣ୍ଡ ପ୍ରତି ୨.୩୪ କି. ଶବ୍ଦର ବେଗ ଠାରୁ ୭ ଗୁଣ ଅଧିକ ବେଗରେ ବଢ଼ିବାରେ ଲାଗିଛି। ଏହି ରକେଟ ଚନ୍ଦ୍ରରେ ଆସନ୍ତା ୫ ତାରିଖ ସକାଳ ୬ଟା ୩୫ରେ ମାଡ଼ ହେବାର ସମ୍ଭାବନା ରହିଛି।

ଏହି ମାଡ଼ ବା ବିସ୍ପୋରଣ ଫଳରେ ଚନ୍ଦ୍ରରେ ୩୦ ମିଟରର ଏକ ବିରାଟ ଗର୍ଭ ସୃଷ୍ଟି ହେବ। ଏଥିସହ ପ୍ରଚଣ୍ଡ ଧୂଳି ଓ ଆବର୍ଜନା ଉଠିବ। ଦୁର୍ଘଟଣାବଶତଃ ଚନ୍ଦ୍ରରେ ଧକ୍କା ହେବାର ଏହା ଦ୍ବିତୀୟ ରକେଟ ହେବ। ୨୦୨୨ରେ ଚୀନର ଏକ ରକେଟର ଟୁକୁଡା ଚନ୍ଦ୍ରରେ ବିସ୍ଫୋରଣ ହେବା ଫଳରେ ଦୁଇଟି ବିରାଟ ଗାତ ସୃଷ୍ଟି କରିଥିଲା।

Also Read :- ମାଡ଼ି ଆସୁଛି ବଡ଼ ବର୍ଷା ! ଏହି ସବୁ ଜିଲ୍ଲାରେ ୫ ଦିନ ପ୍ରବଳ ଛେଚିବ

ଅନ୍ତରୀକ୍ଷ ଟ୍ରାକିଂ ବିଶେଷଜ୍ଞ ବିଲ୍ ଗ୍ରେଙ୍କ ଅନୁମାନ ଯେ ସ୍ପେସ ଏକ୍ସ ରକେଟର ଟୁକୁଡା ଚନ୍ଦ୍ରର ପଶ୍ଚିମ ଭାଗରେ ଧକ୍କା ହେବ। ଚନ୍ଦ୍ରରେ ରକେଟ ବିସ୍ଫୋରଣ ହେବାର ଦୃଶ୍ୟ ଆମେରିକା, କାନାଡା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଦେଖାଯିବ। ଧକ୍କା ଫଳରେ ୩ ଟନ ଟିଏନଟି ଭଳି ଶକ୍ତି ମଧ୍ୟ ଉତ୍ପନ ହେବ । ତେବେ କୁହାଯାଉଛି କି ପୂର୍ବ ଓ କେନ୍ଦ୍ରୀୟ ଆମେରିକାରେ ଏହି ଦୃଶ୍ୟ ଭଲ ଭାବେ ଦେଖାଯିବ। ଅନ୍ୟ ଅଞ୍ଚଳରେ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ ।

ସୂଚନାଯୋଗ୍ୟ ଯେ ଫାଲକାନ-୯ ରକେଟ ଦୁଇଟି ବ୍ୟବସାୟିକ ଲୁନାର ଲ୍ୟାଣ୍ଡର (ଫାୟାରଫ୍ଲାଏ ଏରୋସ୍ପେସ୍ ବ୍ଲୁ ଘୋଷ୍ଟ-୧ ଓ ଜାପାନୀ ସ୍ପେ କମ୍ପାନିର ହାକୁଟୋ ଆର ରେଜିଲିଏନ୍ସ) ଚନ୍ଦ୍ରକୁ ନେଇଥିଲା।