ଭୁବନେଶ୍ବର ୨୫।୧: ରାଜ୍ୟସଭାର ସିଧା ଗଣିତ । ବିଜେପି ପାଖରେ ଦୁଇଟି ସିଟ୍ ନିଶ୍ଚିତ ରହିଛି । ବିଜେଡି ପାଖରେ ଗୋଟିଏ ସିଟ୍‌ର ସଂଖ୍ୟା ରହିଛି । ତେବେ ସେ ସଂଖ୍ୟା ଶେଷ ଦିନ ପର୍ଯ୍ୟନ୍ତ ଥିବ କି ନ ଥିବ, ତାକୁ ନେଇ ସନ୍ଦେହ ରହିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ । କାରଣ ଯେମିତି ଭାବରେ ବିଜେଡିର ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରାଗଲା । ସେହିଭଳି ଭାବେ ନବୀନ ବାବୁ କେଉଁ ଦିନ ରାତିରେ ତାଙ୍କ ଦଳର ସମସ୍ତ ବିଧାୟକଙ୍କୁ ସସ୍‌ପେଣ୍ଡ କରି ଦେଇଥିବେ, ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ।

ସେପଟେ ପିସିସି ସଭାପତି ଭକ୍ତ ଦାସ ଯେଉଁ କଥା କହିଛନ୍ତି, ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ, ସେ କଥା ଯଦି ସତ୍ୟ ହୋଇଥାଏ, ତେବେ ସେ ସମୀକରଣକୁ ଦେଖିଲେ ବିଜେପି ଚତୁର୍ଥ ଆସନ ପାଇଁ କମ୍ଫଟେବୁଲ ସ୍ଥିତିରେ ଅଛି । ଏହାକୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ,  ରାଜ୍ୟ ସଭାପତି, ବରିଷ୍ଠ ନେତା ଆଲୋଚନା କରି କିଏ ପ୍ରାର୍ଥୀ ହେବ, କେମିତି ଚତୁର୍ଥ ପ୍ରାର୍ଥୀ ବିଜୟୀ ହେବ, ସେ ଗଣିତ କଷି ଚତୁର୍ଥ ଆସନ ମଧ୍ୟ ଆମର ହୋଇପାରେ ବୋଲି ବାବୁ ସିଂହ କହିଛନ୍ତି ।

ବିଜେଡି ସଭାପତିଙ୍କୁ ନେଇ ତାଙ୍କ ଦଳର ବିଧାୟକଙ୍କ କେତେ ଭରସା, ବିଜେଡି ବିଧାୟକ ମାନେ ହିଁ କହି ପାରିବେ । ଯେଉଁମାନେ ଏକ ମାସ ତଳେ ତାଙ୍କ ଦଳ ପାଇଁ ଗର୍ଜନ କରୁଥିଲେ, ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ସେ କଥା ତାଙ୍କ ଦଳର ନେତୃତ୍ୱ ଜାଣିପାରିଲେ ନା ତାଙ୍କ ସଭାପତି ନବୀନ ବାବୁ ସ୍ପଷ୍ଟ କରୁଛନ୍ତି । ବିଜେଡି ବିଧାୟକଙ୍କ ଯଦି ତାଙ୍କ ଦଳର ସଭାପତିଙ୍କ ଉପରୁ ବିଶ୍ୱାସ ତୁଟି ଯାଉଛି, ଅଙ୍କ ସେଇଠୁ ହିଁ ବିଗିଡି ପାରେ । ଆଗକୁ କିଛି ବି ଘଟିପାରେ । ଅପେକ୍ଷା କରନ୍ତୁ ଓ୍ବେଟ୍ ଆଣ୍ଡ୍ ଓ୍ବାଚ୍ । ​​​​​​​