ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ୬ଷ୍ଠ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଗୁରୁବାର ନବୀନ ନିବାସରେ ବସିଥିବା ଏହି ବୈଠକରେ ୬ଟି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

ତେବେ ବୈଠକ ନେଇ ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି, ଓଡ଼ିଶାର ଚାଷୀ ଡବଲ ଇଞ୍ଜିନ ସରକାର ଦ୍ବାରା ନିଷ୍ପେସିତ ହୋଇ ରହିଛନ୍ତି। ଓଡ଼ିଶା ଚାଷୀଙ୍କୁ ପ୍ରତାରଣା ଦେଇଛନ୍ତି ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ମହିଳା ନିର୍ଯାତନା। ସୁଭଦ୍ରା ନାଁ ରେ ମହିଳାଙ୍କୁ ପ୍ରତାରଣା। ଚାକିରି ନାଁରେ ଯୁବକଙ୍କୁ ପ୍ରତାରଣା। ମିଶନ ଶକ୍ତି ମହିଳାଙ୍କୁ ପ୍ରତାରଣା। ନିଯୁକ୍ତିକୁ ନେଇ ଗଫଲାତି, ପ୍ରଦୂଷଣ ରୋକିବା ନାଁରେ ଫାଇନ୍। ମହାନଦୀ ସୁରକ୍ଷା ପ୍ରସଙ୍ଗ ଇଲେକ୍ଟ୍ରି ବିଲ ନାଁରେ ଜିଜିଆ କର ଆଦାୟ କରୁଛି ସରକାର। ତେଣୁ ଏସବୁ ପ୍ରସଙ୍ଗ ନେଇ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ସଞ୍ଜୟ।

ସେ ଆହୁରି କହିଛନ୍ତି ଜିଲ୍ଲା ଓ ରାଜ୍ୟସ୍ତରରେ ରାଜ୍ୟର ସମସ୍ୟା ନେଇ ବିଜେଡି ଏହି ପ୍ରସଙ୍ଗ ସବୁକୁ ନେଇ ଆନ୍ଦୋଳନ କରିବ। ୨ ଦିନ ଭିତରେ ବିଜୁ ଜନତା ଦଳ ଆନ୍ଦୋଳନ ନେଇ ଘୋଷଣା କରିବ। ଯୁବ,ମହିଳା , ଛାତ୍ର, ଜିଲ୍ଲା ସଂଗଠନ ଏକାଠି ହେବେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବେ