ଭୁବନେଶ୍ବର ୨୨।୩: ବିଜେଡିରୁ ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି । ପ୍ରଥମେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅବଗତ କରିବା ବିଜେଡି । ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ବିଧାନସଭା ବାଚସ୍ପତି ବିଜେଡି ପକ୍ଷରୁ ଅବଗତ କରାଯିବ । ଯଦି ସେଠି କିଛି ନ ହୁଏ ତାହା ହେଲେ ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରମକୋର୍ଟ ପର୍ଯ୍ୟନ୍ତ ବିଜେଡି ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଲେନିନ୍ କହିଛନ୍ତି, ଦଳରୁ ନିଲମ୍ବିତ ୬ ଜଣ ବିଧାୟକ ଏହି ଘଟଣାକୁ ସହଜରେ ନ ନିଅନ୍ତୁ । ସେମାନେ ଯଦି ଭାବୁଛନ୍ତି ଦିଲ୍ଲୀପ ରାୟଙ୍କ ସାହାଯ୍ୟରେ ସେ ବଞ୍ଚିଯିବେ ତାହା ଭୁଲ । ଦିଲ୍ଲୀପ ରାୟଙ୍କ ବିରୋଧରେ ଅନେକ କେସ୍ ରହିଛି ସେ ନିଜେ କେତେବେଳେ ବି ଫସିଯିବେ । ଏହି ବିଧାୟକ ମାନେ ରାଜ୍ୟ ଦଳ ପାଇଁ ଅନ୍ୟାୟ କରିଛନ୍ତି ବିଜେଡି ଛାଡ଼ିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୬ ତାରିଖରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ନିର୍ବାଚନରେ ବିଜେଡି ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଏମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହାକୁ ନେଇ ବିଜେଡି ଏହି ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା । ସୋ’ କଜ୍ର ଉତ୍ତର ରଖି ୬ ବିଧାୟକ ସିଧାସଳଖ ଦଳକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ଉପରେ ଶୃଙ୍ଖଳା କମିଟି ବୈଠକ ଆଲୋଚନା ହୋଇଥିଲା । ଏମାନଙ୍କ ବାବଦରେ କି ନିଷ୍ପତ୍ତି ନିଆଯିବ ସେନେଇ ବରିଷ୍ଠମାନେ ବିଚାରବିମର୍ଶ କରିବା ପରେ ଦଳର ସଭାପତିଙ୍କୁ ଜଣାଇଥିଲେ । ଏନେଇ ରାଜନୈତିକ ବ୍ୟାପାର କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଦଳର ଏହି ୬ ବିଧାୟକଙ୍କୁ ନିଲମ୍ବିକ କରାଯାଇଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।