ଭୁବନେଶ୍ୱର ୧୧।୦୫ : ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ । ସମୟସୀମା ମଧ୍ୟରେ ବିଚାରକୁ ସମାପ୍ତ କରୁଛି । ବିରୋଧୀଙ୍କୁ ଆମେ ବ୍ରିଫ୍ କରିଦେବୁ ବିଗତ ଦୁଇ ବର୍ଷରେ ଆମେ କଣ କରିଛୁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅପରାଧ ବଢ଼ି ଯାଉଛି | ସମାଜ ପାଇଁ ଏହା ମଙ୍ଗଳକାର ନୁହେଁ କିନ୍ତୁ ଏ ଦିଗରେ ପୋଲିସ ପ୍ରଶାସନ ସଜାଗ ଅଛି | ବିଗତ ୨୫ ବର୍ଷରେ ଅପରାଧୀ ଅପରାଧ କରି ଧରା ପଡ଼ିନଥୁଲା । ମାତ୍ର ବିଗତ ଦୁଇ ବର୍ଷରେ ଆମ ସରକାର ଆସିବା ପରେ ସବୁବେଳେ ଅପରାଧୀ ଧରାପଡୁଛନ୍ତି ଏବଂ ଦଣ୍ଡିତ ହେଉଛନ୍ତି | ପୂର୍ବ ସରକାର ସମୟରେ ସରକାରୀ ପୃଷ୍ଠପୋଷାକତାରେ ଆଇନକୁ ଆଖିଠାର ମାରି ଦେଉଥିଲା | ଉଭୟ ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନ ଏ ଦିଗରେ ଯତ୍ନବାନ ଅଛି | ସମୟସୀମା ମଧ୍ୟରେ ବିଚାରକୁ ସମାପ୍ତ କରୁଛୁ, ବିରୋଧୀଙ୍କୁ ଆମେ ବ୍ରିଫ କରିଦେବୁ ବିଗତ ଦୁଇ ବର୍ଷରେ ଆମେ କଣ କରିଛୁ ।

Also Read:-Balipatna Case: ରଣକ୍ଷେତ୍ର ପାଲଟିଲା ରାଜଧାନୀର ରାଜରାସ୍ତା, ପୋଲିସ ଏବଂ କଂଗ୍ରେସ କର୍ମୀ ମୁହାଁମୁହିଁ

ସେପଟେ ରାଜସ୍ୱ ମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡିର ବରିଷ୍ଠ ନେତା ଲେନିନି ମହାନ୍ତି କହିଛନ୍ତି ଯେ, ଆଜି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଯାହା କଟୁ ଟିପ୍ପଣୀ ସେ ନବୀନ ପଟ୍ଟନାୟକଙ୍କୁ ନେଇ ଦେଇଛନ୍ତି, ତାଙ୍କ ପାଖରେ ତଥ୍ୟ ନାହିଁ। ନୀତିନୈତିକତାର ପାଠ ସେ ସେହି ବ୍ୟକ୍ତିଙ୍କୁ ଦେଇଛନ୍ତି, ଯିଏ ଓଡ଼ିଶାର ରୁପାନ୍ତରିକରଣ କରି ଓଡ଼ିଶାକୁ ଆଗରେ ରଖିଛନ୍ତି। ସେ କଣ ରାଜସ୍ୱ ମନ୍ତ୍ରୀଙ୍କୁ ଚିଠି ଲେଖିଥାନ୍ତେ? ସେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖନ୍ତି। ସାଂସଦଙ୍କୁ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ଚିଠି ଲେଖନ୍ତି । ରାଜସ୍ୱ ମନ୍ତ୍ରୀ ଏହା ସତ ଯେ, ମହିଳା ସଂରକ୍ଷଣ ବିଲ ୨୦୨୩ରେ ପାରିତ ହୋଇଥିଲା। ଏଥିରେ ଉଲ୍ଲେଖ ଥିଲେ ଯେ ସୀମା ପୁନଃନିର୍ଦ୍ଧାରଣ ୨୦୨୬ ଜନଗଣନା ପରେ ହେବ। ତା ପରେ ମହିଳା ସଂରକ୍ଷଣ ହେବ । ଯାହା ସରକାର କରି ପାରିଲେ ନାହିଁ। ନିର୍ବାଚନ ପାଇଁ ପୁଣି ଏହାକି ଅଣାଗଲା। ତଥ୍ୟ ନଥିବା କଥା ସ୍ୱୀକାର କରନ୍ତୁ ରାଜସ୍ୱ ମନ୍ତ୍ରୀ। ବୋଧେ ଇର୍ଷାରେ ବିବୃତି ଦେଉଛନ୍ତି।