ଭୁବନେଶ୍ବର ୨୬/୬: ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଘମାସାନ ଜୋର । ବହିରେ ଭୁଲ୍ ସରକାରଙ୍କୁ ବଦନାମ କରିବାକୁ ବଡ ଷଡ଼ଯନ୍ତ୍ର ଓ ଯୋଜନା କହିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଟମେଣ୍ଟ ପରେ କଡା ପ୍ରତିକ୍ରିୟା ରଖିଛି ବିଜେଡି ।ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି । ମୁଖ୍ୟମନ୍ତ୍ରୀ ନିଜେ କହିଲେ ବଡ଼ ଷଡଯନ୍ତ୍ର ରହିଛି । ଚାଲି ନ ଜାଣି ବାଟର ଦୋଷ ଦେଉଛନ୍ତି । ଖାଲି କହିଲେ ହେବନି ଷଡଯନ୍ତ୍ରକୁ ବାହାରକୁ ଆଣନ୍ତୁ । ନିଜ ଦାୟିତରୁ ଖସିଯିବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଠିକ ନୁହେଁ । ୨୪ ମାସର ସରକାରର କେବଳ ଗୋଟିଏ କାମ ୨୪ ବର୍ଷର ପୂର୍ବ ସରକାରର ଦୋଷ ଧରିବା । ତ୍ରୁଟି କିଏ କଲା ? ଛପା ଦାୟିତ୍ୱ କିଏ ନେଇଥିଲା ? ମନ୍ତ୍ରୀ ଓ ଅଫିସର କଣ ଦାୟିତ୍ୱ ନେଇଥିଲେ ? କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ? ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ।

Watch Video:

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ ନେଇ ବଡ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ତ୍ରୁଟି ପଛରେ ରହିଛି ବଡ ଷଡ଼ଯନ୍ତ୍ର । ମୋ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବାର ଚେତବାନୀ ଦେଇଛନ୍ତି । ପ୍ରତ୍ୟାହାର ହେବ ସମସ୍ତ ତ୍ରୁଟିଯୁକ୍ତ ପୁସ୍ତକ । ନୂଆ ପୁସ୍ତକ ଛପାଯାଇ ବଣ୍ଟନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛି ଉନ୍ନୟନ କମିଶନରଙ୍କ ନେତୃତ୍ବାଧୀନ କମିଟି । ୭ଦିନରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Also Read:ବହିରେ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ,ଯିଏ ଦୋଷୀ ଦଣ୍ଡ ପାଇବ, ପିଲାଙ୍କୁ ମିଳିବ ନୂଆ ବହି