ଭୁବନେଶ୍ଵର: ଏକଦା ପଶ୍ଚିମବଙ୍ଗକୁ ଟିଏମସିର ଗଡ଼ କୁହାଯାଉଥିଲା । ହେଲେ କ୍ଷମତାରୁ ଯିବା ପରେ ଦଳ ବିଭାଜନ ସହ ଅସ୍ତିତ୍ୱ ପାଇଁ ସଂଘର୍ଷ କରିବାରେ ଲାଗିଲାଣି। ଯାହାକୁ ନେଇ ଓଡ଼ିଶା ରାଜନୀତି ମଧ୍ୟ ସରଗରମ ହୋଇଛି । ଏହାରି ଭିତରେ ବିଜେପି ରାଜ୍ୟ ସଭାପତିଙ୍କ ବୟାନ ନିଆଁରେ ଘିଅ ଢାଳିଛି । ଯାହାର ଜବାବ ରଖିଛି ବିଜେଡି ।

ବଙ୍ଗରେ ଝଡ... ଓଡ଼ିଶାରେ ଡର… କାରଣ ଟିଏମସି ଉପରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକରେ ତୃଣମୂଳ ସ୍ତରରୁ ଟିଏମସି ଦୋହଲିଗଲାଣି। ସେପଟେ ମହାରାଷ୍ଟ୍ରରେ ମଧ୍ୟ ମହାଷ୍ଟ୍ରାଇକ ଉଦ୍ଧବଙ୍କୁ ଦୁର୍ବଳ କରିଦେଲାଣି। ବଙ୍ଗ ପରେ ଏବେ ଓଡ଼ିଶା ପାଳି ପଡିବ ବୋଲି ନେତାଏ ଟୁପୁରୁ ଟୁପୁର ହେଉଛନ୍ତି । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ ଦେଖା ଦେଇଛି । ବିଜେଡିର ତିନି ଜଣ ସାଂସଦଙ୍କ ପରି ଏକ ବଡ଼ ବିଧାୟକ ଗୋଷ୍ଠୀ ବିଜେପି ସହ ଯୋଗାଯୋଗରେ ଅଛନ୍ତି କି ? ସେ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ବିଜେପି ସଭାପତିଙ୍କ ବୟାନ ନିଆଁରେ ଘିଅ ଢାଳିଛି ।

ବିଜେପି ରାଜ୍ୟ ସଭାପତି  କହିଛନ୍ତି, ବିଜେଡିର ଅନେକ ନେତା ଆମ ଯୋଗାଯୋଗ ଅଛନ୍ତି । ଏମିତି କି ଆମ ମାଇଣ୍ଡ ଓପନ ଅଛି । ରାଜନୀତିକ ସ୍ଥିତି ଦେଖି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କହି ରାଜନୈତିକ ପାଣିପାଗକୁ ସରଗରମ କରିଛନ୍ତି। ସେପଟେ ମନମୋହନଙ୍କୁ କଡା କାଉଣ୍ଟର କରିଛନ୍ତି ବିଧାୟକ ଅରୁଣ ସାହୁ। ବିଜେପି କଥାରେ ଅଧିକ କାମରେ ନୁହେଁ ବୋଲି କହି ଛିଗୁଲାଇଛନ୍ତି। ଏହା କେବଳ ନିଜ ଦଳର ଅସନ୍ତୋଷ ଚାପିବାକୁ ଥୋପ।

Also Read: ରାଜ୍ୟସଭା କ୍ରସ୍ ଭୋଟିଂ ଅଭିଯୋଗ ଘଟଣା ନୂଆ ଅପଡେଟ୍, ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ

ସେପଟେ ବିଜେଡି ପାଇଁ ଘାତକ ହୋଇପାରିନ୍ତି ନିଲମ୍ୱିତ ବିଧାୟକ । କାରଣ ସେମାନେ ବିଜେଡି ବିରୋଧରେ ଖୋଲା ଖୋଲି ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି ବିଜେଡିକୁ କ୍ଷତି ପହଞ୍ଚାଇବା ପାଇଁ ବିଦ୍ରୋହୀ ବିଧାୟକଙ୍କ ମାଧ୍ୟମରେ ବିଜେପି ବଡ ଯୋଜନା କରୁଛି । ଏହାରି ଭିତରେ ପୁରୁଣା ନେତୃତ୍ୱଙ୍କୁ ପୁଣି ଟାର୍ଗେଟ କରିଛନ୍ତି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ । ବରିଷ୍ଠ ନେତା କାହାକୁ ଲିଫ୍ଟ ଦେବାକୁ ଚାହୁଁ ନାହାନ୍ତି। ଫଳରେ ନୂଆ ପୀଢ଼ି ନ ଆସିବା ପର୍ଯ୍ୟନ୍ତ ବିଜେଡି ଆଗକୁ ଯିବନି କହି ପରୋକ୍ଷରେ ଦଳକୁ ଚେତାବନୀ ଦେଇଛନ୍ତି ।

ଜବାବରେ ବରିଷ୍ଠ ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଦଳରେ ବରିଷ୍ଠଙ୍କ ଅଭିଜ୍ଞତାର ଆବଶ୍ୟକତା ରହୁଛି । ଯଦି କିଏ ବରିଷ୍ଠ ନେତା ଭୁଲ କରୁଛି ତାହା ସଭାପତି ବିଚାର କରିବେ। କିନ୍ତୁ ଦଳକୁ ଏବେ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ଅଛି । ସେପଟେ ଜାତୀୟ ରାଜନୀତିକୁ ଦେଖିଲେ ଅଣଏନଡିଏ ଦଳ ଗୁଡିକ ଉପରେ ଏବେ ବିଜେପିର ନଜର ରହିଛି । ବିଶେଷ କରି ଯେଉଁ ଆଂଚଳିକ ଦଳ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି । ସେସବୁ ଦଳ ଏବେ ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଥିଲା ପରି ମନେ ହେଉଛି ।

Also Read: ରାଜ୍ୟସଭା ନୋମିନେସନ ରଦ୍ଦରେ କଂଗ୍ରେସର ହାତ ନେଇ ବିଜେପି ଦାବିର ଜବାବ ରଖିଲେ ମିନାକ୍ଷୀ ନଟରାଜନ