ଭୁବନେଶ୍ୱର ୨୨।୦୬ : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ।

Also Read:-ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ବାପା-ମାଆ ! ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା କହିଲେ ପୁଅ

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ସୌଭିକ୍ ବିଶ୍ଵାଳ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କହଁର, ସୁବାଷିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଥିଲେ। ଏହିସବୁ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କୁ ଭେଟି ଦାବି କରିଥିଲା। ବାଚସ୍ପତିଙ୍କ ନିକଟରେ ସମସ୍ତେ ପକ୍ଷ ରଖିଥିଲେ। ଆଉ  ଏବେ ବାଚସ୍ପତି ୮ ବିଧାୟକଙ୍କ ରଦ୍ଦ ଆବେଦନକୁ ଖାରଜ କରିଛନ୍ତି ।