ବ୍ରହ୍ମପୁର: ଜେଲ୍ ଭିତରେ ଥାଇ ସାକ୍ଷୀଙ୍କୁ ଧମକ ଦେବା ଘଟଣାରେ ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇ ପକ୍ଷ ରଖିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ୩ ଘଣ୍ଟା ୪୫ ମିନିଟର ଜେରା ପରେ ଥାନାରୁ ବାହାରି ଘରକୁ ଗଲେ ବିଜେଡିର ଏହି ପୂର୍ବତନ ବିଧାୟକ l ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାକୁ ଆଜି ବର୍ଷେ ପୂରିଛି l ଏକ ବର୍ଷ ପରେ ମଧ୍ୟ ଘଟଣାକୁ ନେଇ ସହରରେ ଲାଗି ରହିଛି ଚର୍ଚ୍ଚା l ଆବଶ୍ୟକସ୍ଥଳେ ଅନ୍ୟ ମାନଙ୍କୁ ମଧ୍ୟ ଜେରା କରାଯିବ କହିଛନ୍ତି ବ୍ରହ୍ମପୁର ଏସ. ପି। ଆସନ୍ତା ୧୬ରେ ତାରିଖରେ ପୁଣି ବିକ୍ରମ ହାଜର ହେବେ କହିଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ।

୧୧ଟାରେ ଆସିଲେ ୨ଟା ୪୫ ମିନିଟରେ ବାହାରିଲେ

ବିକ୍ରମ ପଣ୍ଡା ଜେଲ୍ ମଧ୍ୟରେ ଥିବା ବେଳେ ପୀତବାସ ପଣ୍ଡା ହତ୍ୟା ଘଟଣାର ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୀତବାସ ପଣ୍ଡା ହତ୍ୟା ଘଟଣାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ବିକ୍ରମ ଧମକ ଦେଇଥିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି l ଥାନାରେ ହାଜର ହେବାକୁ ଆଜି ନୋଟିସ ହୋଇଥିବା ବେଳେ ବିକ୍ରମ ଆଜି ଗୋସାଇଁନୁଆଗାଁ ଥାନାରେ ହାଜର ହୋଇ ପକ୍ଷ ରଖିଥିବା କହିଛନ୍ତି l ପୁଲିସ ଯାହା ପଚାରିଲେ ସବୁ କହିଛି ବୋଲି କହିଛନ୍ତି ବିକ୍ରମ ପଣ୍ଡା l ଦିନ୧୧ଟା ସମୟରେ ଥାନାକୁ ଗଲେ ଆଉ ୨ଟା ୪୫ ମିନିଟରେ ଥାନା ବାହାରକୁ ବାହାରିଲେ l

Also Read: ଓକିଲଙ୍କୁ ଘେରିଗଲେ ଦୁର୍ବୃତ୍ତ, ତଳେ ବସାଇ ଛାତିରେ ଗୁଳିମାଡ଼ କଲେ; ସବୁ ଦେଖିଛି CCTV !

ସହଯୋଗ କରୁଛନ୍ତି ବିକ୍ରମ

ତିନି ଘଣ୍ଟା ୪୫ ମିନିଟ ଜେରାର ସମ୍ମୁଖୀନ ହୋଇଥିଲେ l ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲକୁ ନେଇ ବିକ୍ରମ ସାକ୍ଷୀଙ୍କୁ ଧମକ ଦେଇଥିଲେ । ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ବିକ୍ରମଙ୍କ ସମେତ ବିଜେଡ଼ି ନେତା ମଦନ ଦଳେଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାମରେ ମଧ୍ୟ ଗୋଷାଇଁନୂଆଗାଁ ଥାନାରେ ହୋଇଥିଲା ଅଭିଯୋଗl ତଦନ୍ତରେ ପୁଲିସକୁ ବିକ୍ରମ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ l ଆସନ୍ତା ୧୬ ତାରିଖରେ ପୁଣି ବିକ୍ରମ ହାଜର ହେବେ ବୋଲି ଆଇନଜିବୀ କହିଛନ୍ତି l