ଭୁବନେଶ୍ୱର: ଗୃହରେ ବିଜୁ ଝଡ଼ । ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନରେ ବିଜୁ ଝଡ଼ । ଗୃହ ମଧ୍ୟରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ହୋହଲ୍ଲା । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପ୍ରତିବାଦ ।

ବିଜୁଙ୍କ ପାଇଁ ବିଜେଡି ଓ କଂଗ୍ରେସ ଏକାଠି ପ୍ରତିବାଦ । ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ । ବିଜୁ ବାବୁ ଅମରରୟ ନାରା ଦେଲା ବିଜେଡି । ଓଡ଼ିଆ ଅସ୍ମିତା କୁଆଡେ ଗଲା ପ୍ରଶ୍ନ କଲା ବିଜେଡି । ବିରୋଧୀଙ୍କ ନାରାବାଜି ଭିତରେ ଚାଲିଲା ପ୍ରଶ୍ନକାଳ । ତଥାପି ଗୃହ ଚଳାି ଦେଲେନି ବିରୋଧୀ । ଫଳରେ ଗୃହ ମୁଲତବୀ କଲେ ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ । 

​​​​​​Also Read...Cuttack Poilitics: ଭୁଶୁଡୁଛି କି କଟକରେ ବିଜେଡି ଗଡ଼? ଖୁଲାସା କଲେ ପୂର୍ବତନ ବିଧାୟକ

ସୂଚନା ଥାଉକି, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟର ନିନ୍ଦା କରି ବର୍ଷିଛି ବିଜେଡି । ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଦଳମତ ନିର୍ବିଶେଷରେ ଓଡ଼ିଶାରୁ ବିରୋଧର ସ୍ୱର ତେଜିଛି। ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ସୂଚକ ମନ୍ତବ୍ୟ ଓଡ଼ିଶା ପ୍ରତି ମଧ୍ୟ ଅପମାନ ବୋଲି କହିଛନ୍ତି ନେତାଏ । ସୋମବାର ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ସୋସିଆଲ ମିଡିଆରେ ଲେଖିଥିଲେ ବିଜୁ ବାବୁଙ୍କ ଜାତୀୟତାବାଦ, ଦେଶ ପ୍ରେମ ଓ ସାଧୁତା ଉପରେ ପ୍ରଶ୍ନ ଉଠାଇବା ଅଧିକାର କାହାର ନାହିଁ ।