ଉଦଳା ୦୯।୦୬ : ଚର୍ଚ୍ଚାରେ ଥିବା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଡାଏରୀରେ "DIE DIE DIE" ବୋଲି ଲେଖାଯାଇଥିଲା, ତାହା ଚନ୍ଦ୍ରିକାଙ୍କର 'ନିଖୋଜ ଡାଏରୀ' ନୁହେଁ। ଏହା ଚନ୍ଦ୍ରିକାଙ୍କ ସେହି ଡାଏରୀ ନୁହେଁ ଯେଉଁଥିରେ ସେ ତାଙ୍କ ଜୀବନର ଅନେକ କଥା ଲେଖୁଥିଲେ । ଏହା ଚନ୍ଦ୍ରିକାଙ୍କ ମାମୁଁ ଝିଅ ଭଉଣୀ କହିଛନ୍ତି।

ତେବେ ରଶ୍ମିତାଙ୍କ କହିବା ଅନୁଯାୟୀ, ଘଟଣା ଦିନ ଚନ୍ଦ୍ରିକାଙ୍କ ବ୍ୟାଗରୁ ଏକ ଛୋଟ ପକେଟ ଡାଏରୀ ମିଳିଥିଲା ଏବଂ ସେହି ଡାଏରୀ ଭିତରେ ହିଁ "DIE DIE DIE" ଲେଖାଯାଇଥିବା ସେ ନିଜେ ଦେଖିଥିଲେ। ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ଭଉଣୀ ମଧ୍ୟ ତାହା ଦେଖିଥିବା କହିଛନ୍ତି। ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ, ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଭଉଣୀ । କେବଳ ସେତିକି ନୁହେଁ ଚନ୍ଦ୍ରିକାଙ୍କ ଲାପଟପ୍, ଟାଵଲେଟ ଏବଂ ଆଇପ୍ୟାଡ଼ ପୁରୁଷ ବନ୍ଧୁଙ୍କ ପାଖରେ ରହିଥିବା ବେଳେ ତା ଭିତରୁ ଅନେକ ରହସ୍ୟ ଖୋଲିବ ବୋଲି କହିଛନ୍ତି ମାମୁ ଝିଅ ଭଉଣୀ ।

Watch Video:-