ନୂଆଦିଲ୍ଲୀ ୩୧।୦୭; ଭୋଜପୁରୀ ସିନେମା ଜଗତର ଚର୍ଚ୍ଚିତ ନାମ ପବନ ସିଂହ । ଗୀତ ଓ ଅଭିନୟ ମାଧ୍ୟମରେ ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ପବନ ସିଂହ ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ହେଉଛି । ଏହି ଖବର ପ୍ରଚାର ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି ।

ଅନ୍ୟପଟେ, ରାଜନେତା ତେଜ ପ୍ରତାପ ଯାଦବଙ୍କ ଏକ ଜନସଭାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ପବନ ସିଂହଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ କଥା ଉଠିବା ପରେ ଏହାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି । ପବନ ସିଂହଙ୍କ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ନେଇ କୌଣସି ବିସ୍ତୃତ ଅଧିକାରିକ ସୂଚନା ମିଳିନଥିବା ବେଳେ ପ୍ରଶଂସକମାନେ ତାଙ୍କ ଅପଡେଟ୍‌କୁ ଅପେକ୍ଷା କରିଛନ୍ତି । ଭୋଜପୁରୀ ଜଗତରେ ପବନ ସିଂହଙ୍କ ଏକ ବଡ଼ ଫ୍ୟାନ୍ ଫଲୋଇଂ ରହିଛି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରତ୍ୟେକ ଖବର ଉପରେ ଏବେ ନଜର ରହିଛି ।