ନୂଆଦିଲ୍ଲୀ: ୟୁପିଆଇ ଉପରେ ନୂଆ MDR ଚାର୍ଜେସ୍ ଲଗାଇବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରଠୁ ଦେଶର ରାଜନୀତି ମହଲଠୁ ନେଇ କାରବାର ଏବଂ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କଡ଼ା ଶବ୍ଦରେ ତୀବ୍ର ସମାଲୋଚନା କରିଥିଲେ ଦେଶର ଅଗ୍ରଣୀ ଫିନ୍ଟେକ୍ କମ୍ପାନୀ ଭାରତ ପେର ପୂର୍ବତନ ସହ ସଂସ୍ଥାପକ ଅଶନୀର ଗ୍ରୋଭର। ହେଲେ NPCI ଦ୍ୱାରା ଲାଗୁ କରାଯାଇଥିବା ନୂଆ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଢାଞ୍ଚାକୁ 'ଭାରତପେ' ସମ୍ପୂର୍ଣ୍ଣ ସମର୍ଥନ କରିଛି। ଏହି ନୂଆ ନିୟମ ଦ୍ୱାରା ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଅଧିକ ସୁଦୃଢ଼ ଏବଂ ସ୍ଥାୟୀ ହେବ ବୋଲି କମ୍ପାନୀ ଦର୍ଶାଇଛି।

ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ପଡ଼ିବନି ପ୍ରଭାବ

ଭାରତପେ’ର ସିଇଓ ନଲିନ୍ ନେଗୀ କହିଛନ୍ତି ଯେ, ନୂଆ MDR ଫ୍ରେମ୍ୱାର୍କ ଦ୍ୱାରା ସାଧାରଣ ଗ୍ରାହକଙ୍କ ପାଇଁ UPI ସେବା ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରହିବ। ଏଥିସହ P2PM(ବ୍ୟକ୍ତିଠୁ ବ୍ୟକ୍ତି) ଢାଞ୍ଚା ଅଧୀନରେ ଆସୁଥିବା ଛୋଟ ଓ ସୂକ୍ଷ୍ମ ବ୍ୟବସାୟୀମାନଙ୍କୁ ମଧ୍ୟ ଶୂନ୍ୟ MDR ର ସୁବିଧା ମିଳିବ, ଯାହା ସେମାନଙ୍କୁ ସୁରକ୍ଷିତ ରଖିବ। NPCI ତଥ୍ୟ ଅନୁଯାୟୀ, ମୋଟ P2M (ପର୍ସନ୍-ଟୁ-ମର୍ଚାଣ୍ଟ) କାରବାରର ପ୍ରାୟ ୯୬ ପ୍ରତିଶତ ଏହି ନିୟମ ଦ୍ୱାରା ଆଦୌ ପ୍ରଭାବିତ ହେବ ନାହିଁ।

Also Read: ଆମେରିକୀୟ କମ୍ପାନିର ନିଷ୍ଠୁରତା, ୫ ମିନିଟର ଗୁଗଲ୍ ମିଟ୍ କଲ୍ରେ ୮୦ ଜଣ ଭାରତୀୟ କର୍ମଚାରୀଙ୍କୁ ଛଟେଇ

ଆଶନୀର ଗ୍ରୋଭରଙ୍କ ସହ କୌଣସି ସମ୍ପର୍କ ନାହିଁ

କମ୍ପାନୀର ପୂର୍ବତନ ସହ-ସଂସ୍ଥାପକ ତଥା ପୂର୍ବତନ ସିଇଓ ଅଶନୀର ଗ୍ରୋଭର ଏହି ନୂଆ MDR ନିୟମକୁ କଡ଼ା ସମାଲୋଚନା କରିଥିଲେ। ତେବେ ଭାରତପେ’ ଏକ ସ୍ପଷ୍ଟୀକରଣ ଜାରି କରି କହିଛି ଯେ, ଗ୍ରୋଭରଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ମତାମତ। ୨୦୨୪ ମସିହାରୁ ତାଙ୍କର ଭାରତପେ’ ସହ କୌଣସି ସମ୍ପର୍କ ନାହିଁ ଏବଂ ସେ କମ୍ପାନୀର କୌଣସି ପଦବୀ କିମ୍ବା ସେୟାର ହୋଲଡର ନୁହଁନ୍ତି।

ଗ୍ରୋଭର କ’ଣ କହିଥିଲେ ?

୨ ହଜାର ଟଙ୍କାରୁ ଅଧିକ UPI କାରବାର ଉପରେ ଲାଗୁ କରାଯାଇଥିବା ବ୍ୟବସାୟୀ ଶୁଳ୍କକୁ ନେଇ ଶନୀର ଗ୍ରୋଭର ଏକ ସାକ୍ଷାତକାରରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏହି ଶୁଳ୍କର ବୋଝ ଶେଷରେ ଗ୍ରାହକଙ୍କ ଉପରେ ହିଁ ପଡ଼ିବ। ଏହାକୁ 'MDR' କିମ୍ବା 'ଚାର୍ଜ' ନକହି ସିଧାସଳଖ 'ଟ୍ୟାକ୍ସ' ବୋଲି କୁହାଯିବା ଉଚିତ୍ ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ଭାରତପେ’ର ବର୍ତ୍ତମାନର ପରିଚାଳନା କମିଟି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ନୂଆ ନିୟମକୁ ସ୍ୱାଗତ କରିଛି।

Also Read: ଶ୍ରୀଦେବୀଙ୍କ ୨.୭ ଏକର ଜମିକୁ ନେଇ ଆଇନଗତ ବିବାଦ: ବୋନି କପୁର, ଜାହ୍ନବୀ ଓ ଖୁସିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍