ଭୁବନେଶ୍ୱର ୨୯।୧୦ : ଥମୁନି କୋଟିଆ ରାଜନୀତି । ପୁଣି ଥରେ କୋଟିଆ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଓଡ଼ିଶା ପ୍ରଦେଶ କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ । ସେ କହିଛନ୍ତି ଯେ, ଏବେବି କୋଟିଆରେ ଆନ୍ଧ୍ରର ଚେକ୍ ପୋଷ୍ଟ ରହିଛି । ଆନ୍ଧ୍ର ନିୟମିତ ଭାବେ କୋଟିଆରେ ବିଭିନ୍ନ ଯୋଜନା କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ସୁବିଧା ସୁଯୋଗ ଯଥା ମୌଳିକ ସୁବିଧା ତଥା ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । କଂଗ୍ରେସ ପ୍ରତିନିଧି ଦଳ କୋଟିଆ ପରିଦର୍ଶନ କରି ଗ୍ରାମବାସୀ ସହ ଆଲୋଚନା କରି ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛୁ । ସେହିପରି କୋଟିଆ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧାଙ୍କୁ ୨୨ କିଲୋମିଟର ଦୂର ଯିବାକୁ ପଡୁଛି । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋଟିଆବାସୀ । ଆନ୍ଧ୍ରର ଚେକ୍ ପୋଷ୍ଟ ରହିଛି । କିନ୍ତୁ ସୀମାନ୍ତ ଅଞ୍ଚଳର ସବୁ ସ୍ଥାନରେ ରାଜ୍ୟ ସରକାର ଚେକ ପୋଷ୍ଟ କିମ୍ବା ପୋଲିସ ବଳ ନାହାନ୍ତି । କୋଟିଆରେ ଆନ୍ଧ୍ର ସରକାର ପାଠ ପଢିବା ପାଇଁ ଛାତ୍ରଛାତ୍ରଙ୍କୁ ୧୫ ହଜାର ଟଙ୍କା ଷ୍ଟାଇପେନ୍ ସହ ବୃଦ୍ଧାଙ୍କୁ ୪ ହଜାର ପେନସନ ଦେଉଛନ୍ତି । କୋଟିଆବାସୀଙ୍କର ଦୁଇଟା ପରିଚୟ ପତ୍ର, ରାସନକାର୍ଡ, ଆଧାରକାର୍ଡ ରହିଛି । କେନ୍ଦ୍ର ସରକାର SIR କରିଥିଲେ କିନ୍ତୁ କୋଟିଏରେ SIR ଫେଲ୍ ମାରିଛି ।

Also Read:-ବିଧାନସଭା ସୁରୁଖୁରୁରେ ଚଳାଇବାକୁ ସବୁ ଦଳକୁ ଅନୁରୋଧ କଲେ ବାଚସ୍ପତି

ସେହିପରି ପ୍ରେସମିଟରେ କଂଗ୍ରେସ କିଛି ଦାବି ରଖିଛି । ସେଗୁଡିକ ହେଲା….

୧. କୋଟିଅର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ବିକାଶ ବୋର୍ଡ ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ....

୨. ସମ୍ବେଦନଶୀଳ ସୀମାନ୍ତ ଗ୍ରାମଗୁଡିକରେ ପୋଲିସ ବଳ ନିୟୋଜିତ କରନ୍ତୁ....

୩. ସ୍ଥାୟୀ ବ୍ୟାଙ୍କିଙ୍ଗ ସୁବିଧା ସହ ସରକାରୀ ଅର୍ଥ ପ୍ରଧାନ କରନ୍ତୁ....

୪. ପେନସନ ଏବଂ ଛାତ୍ରବୃଦ୍ଧି ସମସ୍ୟାର ସମୀକ୍ଷା କରି ହିତାଧିକାରୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରନ୍ତୁ....

୫. ପରିଚୟପାତ୍ର ଓ ଭୋଟର ତାଲିକା ନିରାପକ୍ଷ ଯାଞ୍ଚ ହେଉ...

୬. କୋଟିଆ ସୀମା ବିବାଦ ସମ୍ପର୍କ ଆଇନଗତ ଓ ସାମ୍ବିଧାନିକ ପଦକ୍ଷପ ସୁଦୃଢ କରାଯାଉ...

୭. କୋଟିଆ ପ୍ରତେକ ଗ୍ରାମ ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା ପ୍ରସ୍ତୁତ କରାଯାଉ....