ଭଦ୍ରକ ୦୭।୦୫ : ରେଜଲ୍ଟ ଖରାପ ହେଲା ବୋଲି ଛାତ୍ର ନେଲା ଚରମ ନିଷ୍ପତ୍ତି । ପ୍ରଥମ ପରୀକ୍ଷାରେ ବିଫଳ ହୋଇଥିଲେ , ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଂ କରିଥିଲେ । ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି ଆତ୍ମହତ୍ୟା କଲେ ଛାତ୍ର। ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ ଏମିତି ଅଘଟଣ ଘଟିଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ଥାନା ନୋ ଗାଁରେ ଜ୍ୟୋତିପ୍ରକାଶ ବାରିକ ଭୁବନେଶ୍ୱରରେ ରହି NEET ପରୀକ୍ଷା ଦେଇଥିଲେ । ପ୍ରଥମ ନିଟ୍ ପରୀକ୍ଷାରେ ୩୩୦ ମାର୍କ ରଖିଥିଲେ । ପରେ ଭଦ୍ରକ ଆସି ବାପା ଓ ମାଆଙ୍କ ସହ ରହି ପାଠ ପଢୁଥିଲେ । ଅନେକ ସମୟରେ ପରୀକ୍ଷା ଫଳକୁ ନେଇ ସେ ଚିନ୍ତିତ ରହୁଥିଲେ । ଏପିରିକି ଅନେକ ସମୟରେ ସେ ଭବିଷ୍ୟକରେ କିଛି କରିପାରିବେ ନାହିଁ ବୋଲି ପରିବାର ଲୋକଙ୍କୁ ବାରମ୍ବାର କହୁଥିଲେ ।

Also Read:-West Bengal Violence : ୯ ତାରିଖ ସକାଳ ବିଜେପି ସରକାରର ଶପଥ, ସଂଧ୍ୟାରେ ହେଉ ଅଭିଯୁକ୍ତର ଏନ୍‌କାଉଣ୍ଟର...

୨ୟ ଥର ପାଇଁ ସେ ନିଟ୍ ପରୀକ୍ଷା ବି ଦେଇଥିଲେ । ନିଜ ପରୀକ୍ଷାକୁ ନେଇ ସମୀକ୍ଷା ମଧ୍ୟ କରିଥିଲେ । ତେବେ ପରୀକ୍ଷା ଫଳ ଏଥର ମଧ୍ୟ ଖରାପ ହେବ ବୋଲି ସନ୍ଦେହ କରି ଆତ୍ମହତ୍ୟା କରିଛନ୍ତି । ବାପାଙ୍କ ଦୋକାନକୁ ମା କାମ ପାଇଁ ଯାଇଥିବା ବେଳେ ଭଡ଼ା ଘରେ ଜ୍ୟୋତିପ୍ରକାଶ ଆତ୍ମହତ୍ୟା କରିଛନ୍ତି । ସେଠାରୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।