କୋଲକାତା ୦୭।୦୫ : ସରିଛି ନିର୍ବାଚନ । ଜଳୁଛି ପଶ୍ଚିମବଙ୍ଗ । ବାଲାଟ ପରେ ଚାଲିଛି ବୁଲେଟ୍‌ରେ ରାଜୁତି । ବିଚ୍ ରାସ୍ତାରେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ବିଜେପି କର୍ମୀ ଏବଂ ପିଏ ଚନ୍ଦ୍ରନାଥ ରଥଙ୍କ ସହଯୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏସବୁ ଭିତରେ ଚନ୍ଦ୍ରନାଥ ରଥଙ୍କ ସାଙ୍ଗ ଦେଇଛନ୍ତି ବଡ଼ ବୟାନ ।

ଚନ୍ଦ୍ରନାଥା ରଥଙ୍କ ସହଯୋଗୀ କାସିମ୍ ଅଲୀ କହିଛନ୍ତି ଯେ, ୯ ତାରିଖ ଦିନ ସକାଳେ ପଶ୍ଚିମବଙ୍ଗରେ ଆମ (ବିଜେପି) ସରକାର ଶପଥ ନେବ । ଶପଥ ନେବାର ଠିକ କିଛି ସମୟ ମାନେ ସଂଧ୍ୟା ସମୟରେ ଆମେ ସେହି ଅଭିଯୁକ୍ତର ଏନକାଉଣ୍ଟର ଚାହୁଁଛୁ । ଯିଏ ଆମ ହସଖୁସିରେ ଲଗାଇ ଦେଇଛି ଗ୍ରହଣ। ଏହି କଥା କହୁଥିବା ସମୟରେ କାସିମଙ୍କ ଆଖିରେ ଲୁହ ଆସିଥିଲା । କାନ୍ଦି କାନ୍ଦି ସେ ଗଣମାଧ୍ୟମକୁ ନିଜର ବେଦନା କଥା କହୁଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୁଧବାର ସଂଧ୍ୟା ୬ଟାରୁ ୬.୩୦ ମଧ୍ୟରେ ଚନ୍ଦ୍ରନାଥ ରଥଙ୍କ ସହିତ ଶେଷ ଥର ପାଇଁ କଥା ହୋଇତିଲେ । ସେଥିରେ ସେ କହିଥିଲେ ଯେ, ନିଜାମ ପ୍ୟାଲେସ୍ ଆସ, ସେଠାରେ ବସିକି କଥା ହେବା.. ଚା ପିଇବା । ଆଉ ବିଜେପି ବିଜୟକୁ ନେଇ ସେଲିବ୍ରେସନ୍ କରିବା । କିନ୍ତୁ ଜବାବରେ କାସିମ କହିଥିଲେ କି, ଆଜି ଯାଇପାରିବି ନାହିଁ । କାମ୍ ବହୁତ ଅଛି । ଆସନ୍ତାକାଲି ଭେଟ ହେବା । ହେଲେ ତାପୂର୍ବରୁ ଘଟିଗଲା ଏହି ଅଘଟଣ ।

Also Read:-Cyclone Alert: ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS

କେମିତି ହୋଇଥିଲା ହତ୍ୟାକାଣ୍ଡ ?

ବିଜେପି ନେତା ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ବା ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୋଲକାତାର ମାଧ୍ୟମଗ୍ରାମରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଗତ ସହାୟକ ହେଲେ ଚନ୍ଦ୍ରନାଥ ରଥ । ସେ ବିଜେପିର ଜଣେ କର୍ମୀ ମଧ୍ୟ ଥିଲେ । ସେ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ତାଙ୍କ ଶରୀରରେ ତିନୋଟି ଗୁଳି ବାଜି ଥିଲା । ଯେଉଁଥିରେ ସେ ପ୍ରାଣ ହରାଇଥିଲେ । ଗୁଳିମାଡରେ କାରର ବାମ ପାର୍ଶ୍ୱ ଝରକା ଭାଙ୍ଗିଯାଇଛି । ଘଟଣାରେ କାର୍ ଚଲାଉଥିବା ବୁଦ୍ଧଦେବ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୁଭେନ୍ଦୁଙ୍କ ସହ ଚନ୍ଦ୍ରକାନ୍ତ ଦୀର୍ଘବର୍ଷ ହେବ କାର୍ଯ୍ୟ କରୁଥିଲେ । ବିଜେପିର କାର୍ଯ୍ୟକ୍ରମ ସହ ଶୁଭେନ୍ଦୁଙ୍କ ବୈଠକ ମଧ୍ୟ ସେ ବୁଝାସୁଝା କରୁଥିଲେ। ବିଜେପି ନେତାଙ୍କ କୋର୍ ଟିମରେ ସେ ସାମିଲ ଥିଲେ। 

ସେପଟେ ହତ୍ୟା ପରେ ଶୁଭେନ୍ଦୁ କହିଛନ୍ତି ଯେ, ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍ । ଦୁର୍ବୃତ୍ତମାନେ ଦୁଇ ତିନି ଧରି ଚନ୍ଦ୍ରନାଥଙ୍କ ପିଛା କରୁଥିଲେ। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାର ସଠିକ ତଦନ୍ତ ହେବ ବୋଲି ପଶ୍ଚିମବଙ୍ଗ ପୋଲିସ ଡିଜି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ଚନ୍ଦ୍ରକାନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି।