ଗୌହାଟୀ,୮|୦୧: କଂଗ୍ରେସକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମ ଗସ୍ତରେ ଉଠାଇଲେ ମୁମ୍ବାଇ ନଗର ନିଗମ ନିର୍ବାଚନ କଥା । କଂଗ୍ରେସର ଅବସ୍ଥାକୁ ନେଇ ତାତ୍ସଲ୍ୟ ମଧ୍ୟ କଲେ । ରବିବାର ଆସାମ ଗସ୍ତରେ ମୋଦୀ ସର୍ବ ପୁରାତନ ରାଜନୈତିକ ଦଳ ଉପରେ ବର୍ଷିଛନ୍ତି । କିପରି ଆସାମର ସଂସ୍କୃତି ଏବଂ ପରମ୍ପରାକୁ ରକ୍ଷା କରିବାରେ କଂଗ୍ରେସ ବିଫଳ ହୋଇଥିଲା ତାହା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

କାଲିଆବୋରରେ ଆୟୋଜିତ ଏକ ଜନ ସମାଗମରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ, ଆସାମ ଦୀର୍ଘ ଦିନ ହେବ ନିଜ ସଂସ୍କୃତିକୁ ରକ୍ଷା କରିବାରେ ବିଫଳ ହେଉଥିଲା । ଅନେକ ହିଂସାକାଣ୍ଡ ଘଟୁଥିଲା । ରାଜ୍ୟରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିଲା । ସରକାର ଗଠନ ସହ ନିର୍ବାଚନରେ ଜିତିବା ପାଇଁ କଂଗ୍ରେସ ଆସାମକୁ ହିଂସାକାରୀଙ୍କୁ ଦାନ କରିଦେଇଥିଲା । ଏବେ ବିଜେପି ସରକାର ଆସାମରେ ରହିଛି । ସରକାର ହିଂସା ସୃଷ୍ଚିକାରୀଙ୍କ ବିରୋଧରେ କଡା ଆକ୍ସନ ନେଉଛନ୍ତି । ଜଙ୍ଗଲ, ସଂସ୍କୃତି ଏବଂ ପରମ୍ପରାକୁ ରକ୍ଷା କରିବା ପାଇଁ ବିଜେପି ସରକାର ସମସ୍ତ ପ୍ରୟାସ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଉତ୍ତରପୂର୍ବ ନୂଆଦିଲ୍ଲୀଠୁ ଅଲଗା ହୋଇନାହିଁ । ଉତ୍ତରପୂର୍ବର ନାଗରିକ ହୃଦୟରେ ରହିଛନ୍ତି । ଦେଶର ବିକାଶରେ ଆସାମ ଅନେକ ଯୋଗଦାନ ଦେଉଛି । ଲଗାତାର ଭାବେ ଭୋଟର କଂଗ୍ରେସର ରାଜନୀତିକୁ ପ୍ରତ୍ୟାଖାନ କରୁଛନ୍ତି । କଂଗ୍ରେସ ୧୮୮୫ରେ ମୁମ୍ବାଇରେ ସୃଷ୍ଟି ହୋଇଥିଲା । ଏବେ ଏଠାରେ ଦଳ ଶେଷ ହେବାକୁ ବସିଲାଣି । ଲୋକଙ୍କର ଆଉ ଭରସା ନାହିଁ । ମୁମ୍ବାଇ ନିର୍ବାଚନରେ ଦଳ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ବର୍ଷ ବର୍ଷ ଧରି କଂଗ୍ରେସ ସରକାରରେ ଥିଲା । ଏବେ ଅସ୍ତିତ୍ୱ ଲୋପ ହେବାକୁ ବସିଲାଣି ।

ଆସାମରେ ଡବଲ ଇଞ୍ଜିନ ସରକାର ସଫଳ ହେଉଛି । କଂଗ୍ରେସ କରିଥିବା ପାପକୁ ବିଜେପି ସରକାର ସଫା କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।