ଚେନ୍ନାଇ, ୨୪/୦୨: ସୁପର ୮ରେ ନୈରଶ୍ୟଜନକ ପ୍ରଦର୍ଶନ କରିଛି ମେନ୍ ଇନ୍ ବ୍ଲୁ । ପ୍ରଥମ ମୁକାବିଲାରେ ଦଳ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇଛି । ବିଶ୍ୱକପ ଇତିହାସରେ ଦଳ ସବୁଠୁ ବଡ ବ୍ୟବଧାନରେ ହାରିଛି । ଫଳରେ ସେମି ଫାଇନାଲ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ପରାଜୟ ପରେ ଗ୍ରୁପରେ ଦଳ ତିନି ନମ୍ବରରେ ରହିଛି । ଦଳର ନେଟ୍ ରନ୍ ରେଟ୍ ରହିଛି -୩.୮୦୦ । ଯାହା ଓ୍ୱେଷ୍ଟ୍ ଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକାଠୁ ଢେର୍ କମ୍ ।

ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବାକୁ ହେଲେ ଭାରତକୁ ବଳକା ଦୁଇଟି ମ୍ୟାଚ୍ ବଡ ବ୍ୟବଧାନରେ ଜିତିବାକୁ ହେବ । ଫେବ୍ରୁଆରୀ ୨୬ରେ ଯେମିତି ହେଲେ ଜିମ୍ବାଓ୍ୱେକୁ ପରାସ୍ତ କରିବାକୁ ହେବ । ଓ୍ୱେଷ୍ଟ୍ ଇଣ୍ଡିଜକୁ ଭେଟିବା ପୂର୍ବରୁ ଏହି ମୁକାବିଲା ସୂର୍ଯ୍ୟସେନା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଖାଲି ଏତିକି ନୁହେଁ ସିକନ୍ଦର ରାଜାଙ୍କ ଟିମ୍ କୁ ୧୦୦ କିମ୍ବା ଏହାଠୁ ଅଧିକ ବ୍ୟବଧାନରେ ଭାରତ ହରାଇଲେ ହିଁ ନେଟ୍ ରନ୍ ରେଟରେ ସୁଧାର ଆସିବ ।

ଏହି ଖବରଟି ପଢନ୍ତୁ... ଆମେରିକାରେ ଶକ୍ତିଶାଳୀ ବରଫ ଝଡର ଆତଙ୍କ : ୧୦ ହଜାର ବିମାନ ବାତିଲ, ଘରୁ ବାହାରିବାକୁ ଲାଗୁଛି ଡର

ଅହମ୍ମଦାବାଦରେ ଭାରତ ଦକ୍ଷିଣ ଆଫ୍ରିକାଠୁ ୭୬ ରନରେ ପରାସ୍ତ ହୋଇଛି । ଯାହା ନେଟ୍ ରନ୍ ରେଟ୍ ଉପରେ ପ୍ରଭାବ ପକାଇଛି । ଯଦି ଦକ୍ଷିଣ ଆଫ୍ରିକା, ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ଭାରତ ପ୍ରତ୍ୟେକ ଟିମ୍ ୪ ପଏଣ୍ଟ ପାଆନ୍ତି ତାହାଲେ ନେଟ୍ ରନ୍ ରେଟ୍ ବଡ ଭୂମିକା ନେବ । ଭାରତ ଜିମ୍ବାଓ୍ୱେ ଏବଂ ଓ୍ୱେଷ୍ଟ୍ ଇଣ଼୍ଡିଜକୁ ପରାସ୍ତ କରେ ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ହାରେ ତାହାଲେ ନେଟ୍ ରନ୍ ରେଟ୍ ହିଁ ସେମିଫାଇନାଲ ପାଇଁ ଟିକେଟ୍ ହେବ ।

ବର୍ତ୍ତମାନ ସମୟରେ ଭାରତର ନେଟ୍ ରନ୍ ରେଟ୍ ଖରାପ ରହିଛି । ଗୁରବାର ମୁକାବିଲାରେ ଦଳକୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ପଡିବ । ଏହାସହ ୨୨୦-୨୩୦ ରନ୍ କରିବାକୁ ହେବ । ଅନ୍ୟ ଦିଗରେ ଜିମ୍ବାଓ୍ୱେ ୧୨୦ ରନରେ ଅଲଆଉଟ୍ ହେଲେ ଭାରତର ରନ୍ ରେଟ୍ ବଢିଯିବ । ଏହାଦ୍ୱାରା ଭାରତ ଅନ୍ୟ ଟିମ୍ ଉପରେ ଚାପ ପକାଇ ପାରିବ ।

ଭାରତକୁ କ'ଣ କରିବାକୁ ହେବ ?

ମୁକାବିଲା ଜିତିବାକୁ ଦଳରେ ଅନେକ ପରିବର୍ତ୍ତନ ଦରକାର । ଅଭିଷେକ ଶର୍ମାଙ୍କ ଜାଗାରେ ସଞ୍ଜୁ ସାମସନ୍ ଭଲ ବିକଳ୍ପ ହୋଇପାରନ୍ତି । ପାଓ୍ୱାର ପ୍ଲେରେ ୭୦ରୁ ଅଧିକ ରନ୍ ସଂଗ୍ରହ କରିବା ଜରୁରୀ । ଏମ୍ ଚିଦାମ୍ବରମ ଗ୍ରାଉଣ୍ଡରେ ମ୍ୟାଚ୍ ହେଉଥିବାରୁ ଏହା ସ୍ପିନରଙ୍କୁ ସୁହାଇଥାଏ । ଭାରତ ପାଖରେ ଦକ୍ଷ ସ୍ପିନର ରହିଛନ୍ତି । ଯେଉଁମାନେ ଜିମ୍ପାଓ୍ୱେ ବ୍ୟାଟରଙ୍କୁ ଅଟକାଇପାରିବେ । କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ. ଅକ୍ଷର ପଟେଲଙ୍କୁ ଦଳରେ ସୁଯୋଗ ମିଳିପାରେ । କିନ୍ତୁ ବ୍ୟାଟର ଭଲ ବ୍ୟାଟିଂ କରି ବଡ ରନ୍ ସ୍କୋର କଲେ ହିଁ ବୋଲରଙ୍କ ଉପରେ ଚାପ କମିବ ଏବଂ ବିଜୟ ସହଜ ହୋଇପାରିବ ।