ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ହେବ? ସେ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ସାମିଲ ରହିବେ ନା ନାହିଁ ? ଏହି ସବୁ ପ୍ରଶ୍ନର ଉତ୍ତର ଆସନ୍ତା କିଛି ଦିନ ମଧ୍ୟରେ ମିଳିବାକୁ ଯାଉଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ପାଇଁ ଟିମ୍ ଚୟନ ସହ ହିଁ ଚୟନକର୍ତ୍ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ।

ସମ୍ପ୍ରତି ଭାରତୀୟ କ୍ରିକେଟରେ ରୋହିତଙ୍କ କ୍ୟାରିୟରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଅନୁଷ୍ଠିତ ବିସିସିଆଇର ସମୀକ୍ଷା ବୈଠକରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନଥିଲା। ତେବେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ରୋହିତଙ୍କ ଅବସର ଗୁଜବକୁ ଖଣ୍ଡନ କରିବା ସହ ତାଙ୍କର ନିକଟରେ ହାସଲ କରିଥିବା ଶତକୀୟ ଇନିଂସକୁ ପ୍ରଶଂସା କରିଥିଲେ।

Also Read: ବୈଭବଙ୍କୁ ଚେତାବନୀ ଦେଲା ବିସିସିଆଇ ! କହିଲା -'ଯାହା କରୁଛ କର କିନ୍ତୁ ସଚିନଙ୍କ ଭଳି'...

ରୋହିତ ନା ଯଶସ୍ୱୀ ବଡ଼ ଦ୍ଵନ୍ଦ୍ଵ

ଚଳିତ ସେପ୍ଟେମ୍ବର ୨୭ରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଚୟନ କମିଟିର ଏକ ପକ୍ଷର ମତ ହେଉଛି ଯେ, ୨୦୨୭ ବିଶ୍ୱକପ୍କୁ ଆଖିଆଗରେ ରଖି ଯୁବ ଓପନର ଯଶସ୍ୱୀ ଜୈସୱାଲଙ୍କୁ ଦିନିକିଆରେ ଅଧିକ ସୁଯୋଗ ଦିଆଯାଉ। କାରଣ ୨୦୨୭ ବିଶ୍ୱକପ୍ ବେଳକୁ ରୋହିତଙ୍କ ବୟସ ୪୦ ଟପିସାରିଥିବ। ଅପରପକ୍ଷରେ, ରୋହିତ ନିଜ ବ୍ୟାଟିଂ ବଳରେ ଚୟନକର୍ତ୍ତାଙ୍କ ଗଣିତ ବିଗାଡ଼ି ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ସେ ଏକ ଦମଦାର ଶତକ ହାସଲ କରି ପ୍ରମାଣିତ କରିଛନ୍ତି ଯେ, ସେ ଏବେ ବି ଆନ୍ତର୍ଜାତୀୟ କ୍ରିକେଟରୁ ଓହରିବା ମୁଡରେ ନାହାନ୍ତି।

Also Read: ଏସିୟାନ ଗେମସ୍ ୨୦୨୬ ଲାଗି ଭି.ଭି.ଏସ୍.ଲକ୍ଷ୍ମଣ ହେଡ କୋଚ୍ ନିଯୁକ୍ତ

ଅଜିତ ଅଗରକରଙ୍କ ଅନୁପସ୍ଥିତି ଓ ମତଭେଦ

ବିସିସିଆଇ ର ସମୀକ୍ଷା ବୈଠକରେ ହେଡ୍ କୋଚ୍ ଗୌତମ ଗମ୍ଭୀର, ଶୁଭମନ ଗିଲ୍, ଶ୍ରେୟସ ଆର ଏବଂ ଦେବଜିତ ସାଇକିଆ ଉପସ୍ଥିତ ଥିଲେ ହେଁ, ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ଅନୁପସ୍ଥିତ ଥିଲେ। କୁହାଯାଉଛି ଯେ, ଦଳ ଚୟନରେ ବୋର୍ଡର କିଛି ନିଷ୍ପତ୍ତିକୁ ନେଇ ଅଗରକର ଅସନ୍ତୁଷ୍ଟ ଅଛନ୍ତି। ଅଗରକର ନଥିବାରୁ ରୋହିତଙ୍କ ଭବିଷ୍ୟତ ଉପରେ ସେଦିନ କୌଣସି ଚୂଡ଼ାନ୍ତ ଆଲୋଚନା ହୋଇପାରି ନଥିଲା।

ସେପ୍ଟେମ୍ବର ୧୮-୧୯ରେ ଆସିପାରେ ବଡ଼ ଖବର

ଆସନ୍ତା ସେପ୍ଟେମ୍ବର ୧୮ କିମ୍ବା ୧୯ ତାରିଖ ବେଳକୁ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇପାରେ। ଏହି ସିଲେକ୍ସନ୍ ମିଟିଂରେ ଅଜିତ୍ ଅଗରକର ଓ ଚୟନ କମିଟି ରୋହିତ୍ ଶର୍ମାଙ୍କ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ଯଦି ରୋହିତ୍ ୱେଷ୍ଟଇଣ୍ଡିଜ୍ ସିରିଜ୍ ଦଳରେ ସ୍ଥାନ ପାଆନ୍ତି, ତେବେ ୨୦୨୭ ବିଶ୍ୱକପ୍ ଖେଳିବା ନେଇ ତାଙ୍କ ଆଶା ଉଜ୍ଜିବୀତ ରହିବ। ଅନ୍ୟପଟେ, ଯଦି ଜୈସୱାଲଙ୍କୁ ସୁଯୋଗ ଦେଇ ରୋହିତଙ୍କୁ ବିଶ୍ରାମ କିମ୍ବା ବାଦ୍ ଦିଆଯାଏ, ତେବେ ଏହାକୁ ଭାରତୀୟ ଦିନିକିଆ ଦଳରେ ଏକ ନୂଆ ଯୁଗର ଆରମ୍ଭ ବୋଲି ଧରାଯିବ।