ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଭି.ଭି.ଏସ୍. ଲକ୍ଷ୍ମଣ ପୁଣିଥରେ ଟିମ୍ ଇଣ୍ଡିଆ ହେଡକୋଚ୍ ଭୂମିକା ନିର୍ବାହ କରିବେ। ତାଙ୍କ ମାର୍ଗଦର୍ଶନରେ ଟିମ୍ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସିୟାନ ଗେମସ୍ ୨୦୨୬ରେ ଅଂଶଗ୍ରହଣ କରିବ। ଶ୍ରେୟସ ଆୟର ଏହି ଟିମ୍ ର ନେତୃତ୍ୱ ନେଉଥିବା ବେଳେ ଗୋଲ୍ଡ ମେଡାଲ ଲାଗି ସବୁଠୁ ମଜଭୁତ ଦାବିଦାର ହେବେ ବୋଲି ଆକଳନ କରାଯାଉଛି। ଏସିୟାନ ଗେମସ୍ ଓ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ସିରିଜ ଏକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିସ୍ଥିତିରେ ବିସିସିଆଇ ଦୁଇଟି ଅଲଗା ଅଲଗା ଟିମ୍ ଗଠନ କରିଛି।

ଏଥିରୁ ଗୋଟିଏ ଟିମ୍ ଏସିୟାନ ଗେମସ୍ ରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ସିନିୟର ଟିମ୍ ୱେଷ୍ଟଇଣ୍ଡିଜ ସିରିଜ ଖେଳିବ। ଏସିୟାନ ଗେମସ୍ ୨୪ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ। ରିପୋର୍ଟ ଅନୁସାରେ ଏସିୟାନ ଗେମସ୍ ରେ ଅଂଶଗ୍ରହଣ କରିବାକୁ ଯାଉଥିବା ଟିମ୍ ର ଭି.ଭି.ଏସ୍. ଲକ୍ଷ୍ମଣ ହେଡ କୋଚ୍ ହେବ। ତାଙ୍କ ସହିତ ସୁନୀଲ ଯୋଶୀ, ଋଷିକେଶ କାନିଚକର ଓ ଶୁଭଦୀପ ଘୋଷ ସପୋର୍ଟ ଷ୍ଟାଫ ଭାବେ କାମ କରିବେ।

ସିନିୟର ଟିମ୍ ଭାରତରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୱାନଡେ ସିରିଜ ଖେଳିବ। ଶୁଭମନ ଗିଲ ଏହି ଟିମ୍ ର ନେତୃତ୍ୱ ନେବେ। ଏହି ସିରିଜ ୨୭ ସେପ୍ଚେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଚିମ୍ ନିୟମିତ ହେଡକୋଚ୍ ଗୌତମ ଗମ୍ଭୀରଙ୍କ ଦେଖରେଖରେ ଖେଳିବ। ସେହିପରି ଏସିୟାନ ଗେମସ ରେ ଭାଗ ନେଉଥିବା ଖେଳାଳି ଯେପରି ଶ୍ରେୟସ ଆୟର, ଯଶପ୍ରିତ ବୁମରାହ ,ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ୱାନଡେ ସିରିଜ୍ ଖେଳିବେ ନାହିଁ।