India’s Household Debt: ବିକଶିତ ଦେଶ ପଥରେ ଅଗ୍ରସର ହେଉଥିବା ଭାରତ ଧୀରେ ଧୀରେ ଋଣ ଗାଡ଼ିଆରେ ବୁଡ଼ି ଯାଉଛି। ଋଣ ଭାର ଏତେ ଯେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ଦଶନ୍ଧି ମଧ୍ୟରେ ଭାରତୀୟ ଆର୍ଥିକ ଅଭ୍ୟାସରେ ଦ୍ରୁତ ପରିବର୍ତ୍ତନ ହୋଇଛି। EMI, କ୍ରେଡିଟ୍ କାର୍ଡ ଏବଂ ହୋମ ଲୋନ ଆମ ଜୀବନର ଏକ ଅଂଶ ପାଲଟି ଯାଇଛି। ଭାରତୀୟ ପରିବାରର ଆର୍ଥିକ ଦେନଦାରୀ ଜିଡିପିର ୬.୨% କୁ ବୃଦ୍ଧି ପାଇଛି, ଯାହା ଏକ ଦଶନ୍ଧିରେ ସର୍ବୋଚ୍ଚ ସ୍ତର ବୋଲି କୁହାଯାଉଛି।

କ୍ଲାଏଣ୍ଟ ଆସୋସିଏଟ୍ସର ହ୍ୱାଇଟ୍ ପେପର ‘ଦି ନ୍ୟୁ ଇଣ୍ଡିଆନ୍ ହାଉସହୋଲ୍ଡ ବାଲାନ୍ସ ସିଟ୍ (୨୦୨୫)’ ଅନୁଯାୟୀ, ଭାରତୀୟଙ୍କ ଉଧାର ମାଗିବାର ଅଭ୍ୟାସ ସେମାନଙ୍କର ସଞ୍ଚୟ ଠାରୁ ବି ବଳି ଯାଉଛି। ମହାମାରୀ ପରବର୍ତ୍ତୀ ସମୟରେ ପାରିବାରିକ ଋଣ ୪୪.୬% CAGR ରେ ବୃଦ୍ଧି ପାଇଛି। ରିପୋର୍ଟ କହୁଛି, ଭାରତୀୟ ପରିବାରଗୁଡ଼ିକର ଆର୍ଥିକ ନେଣଦେଣ ବା ଋଣ ଭାର ଜିଡିପି (GDP)ର ୬.୨% ରେ ପହଞ୍ଚିଛି। ଯାହା ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ। ତେବେ ଅର୍ଥନୈତିକ ବିଶେଷଜ୍ଞମାନେ କହନ୍ତି ଯେ ବୃଦ୍ଧି ପାଉଥିବା ଋଣ ସର୍ବଦା ଏକ ନକାରାତ୍ମକ ସଙ୍କେତ ନୁହେଁ। ଏହା ବଢ଼ୁଥିବା ଆତ୍ମବିଶ୍ୱାସ ଏବଂ ଭବିଷ୍ୟତରେ ଭଲ ରୋଜଗାରର ଆଶାର ମଧ୍ୟ ଏକ ସଙ୍କେତ ହୋଇପାରେ।

Aslo Read- 300 Freshers Layoff: 'ଇଣ୍ଟର୍ଣ୍ଣସିପ ଦେଇଛୁ ଚାକିରି ନୁହେଁ, ଟ୍ରେନିଂ ସରିଲା ଆଉ କୁଆଡେ ଚାକିରି ଖୋଜ'

ବଡ଼ ପରିବର୍ତ୍ତନ

କମୁଛି ସଞ୍ଚୟ- ମହାମାରୀ ପୂର୍ବରୁ ଆର୍ଥିକ ସଞ୍ଚୟ ୭.୭ ପ୍ରତିଶତ ଥିଲା। ଆର୍ଥିକ ବର୍ଷ ୨୦୨୪ରେ ଏହା ହ୍ରାସ ପାଇ ୫.୨ ପ୍ରତିଶତ ହୋଇଗଲା। ଅର୍ଥାତ ପ୍ରତି ୧୦୦ ଟଙ୍କାରେ ନିବେଶ ପାଇଁ କମ ପଇସା ହିଁ ସଞ୍ଚୟ ହୋଇପାରିଲା।

ଋଣ ଭାର ବୃଦ୍ଧି- ପାରିବାରିକ ଆର୍ଥିକ ଦେନଦାରି (ମହାମାରୀ ପୂର୍ବରୁ) GDPର ୪.୧% ରୁ ବୃଦ୍ଧି ପାଇ ବର୍ତ୍ତମାନ ୬.୨% ହୋଇଛି, ଯାହା ଏକ ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତର।

ପ୍ରପର୍ଟିରେ ନିବେଶ ବୃଦ୍ଧି- ମୋଟ ସଞ୍ଚୟରେ ଭୌତିକ ସମ୍ପତ୍ତି (ମୁଖ୍ୟତଃ ସ୍ଥାବର ସମ୍ପତ୍ତି)ର ଅଂଶ ୫୮-୬୦% ରୁ ୭୦% କୁ ବୃଦ୍ଧି ପାଇଛି।ଶେୟାର-ମ୍ୟୁଚୁଆଲ ଫଣ୍ଡରେ ବୃଦ୍ଧି- ଆର୍ଥିକ ବର୍ଷ ୨୦୨୦ରେ ଇକ୍ୱିଟି ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ୪% ରୁ ୨୦୨୫ ଆର୍ଥିକ ବର୍ଷରେ ତିନିଗୁଣ ବୃଦ୍ଧି ପାଇ ୧୫% ହୋଇଛି।

Also Read- Average Salary of Factory Worker India: ଭାରତର କାରଖାନା ଶ୍ରମିକଙ୍କ ଦରମା କେତେ? Explained

ସଞ୍ଚୟ କମୁଛି,ଋଣ ବଢୁଛି

ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ପୂର୍ବରୁ ଭାରତୀୟଙ୍କ ଶୁଦ୍ଧ ଆର୍ଥିକ ବଞ୍ଚତ ଜିଡିପିର ୭.୭% ଥିଲା। କିନ୍ତୁ ଆର୍ଥିକ ବର୍ଷ ୨୦୨୪ ସୁଦ୍ଧା ଏହା ହ୍ରାସ ପାଇ ୫.୨% ରେ ପହଞ୍ଚିଛି। ଏହାର ଅର୍ଥ ହେଉଛି, ପ୍ରତି ୧୦୦ ଟଙ୍କାରୁ ବିନିଯୋଗ ପାଇଁ ଲୋକଙ୍କ ପାଖରେ ପୂର୍ବ ଅପେକ୍ଷା କମ୍ ଟଙ୍କା ବଞ୍ଚୁଛି। ଅନ୍ୟପଟେ, ଘରୋଇ ଆର୍ଥିକ ଦେଣଦେଣ ମହାମାରୀ ପୂର୍ବରୁ ୪.୧% ଥିବାବେଳେ ଏବେ ତାହା ୬.୨% କୁ ବୃଦ୍ଧି ପାଇଛି।

କାହିଁକି ବଢୁଛି ଋଣ?

ଆଜିକାଲି ଲୋକେ କେବଳ ଆବଶ୍ୟକତା ପାଇଁ ନୁହେଁ, ବରଂ ଉନ୍ନତ ଜୀବନଶୈଳୀ (Lifestyle) ପାଇଁ ଋଣ ନେଉଛନ୍ତି।

କ୍ରେଡିଟ୍ କାର୍ଡ: ଏହି କ୍ଷେତ୍ରରେ ୨୫.୨% ହାରରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ଘଟିଛି।
ପର୍ସନାଲ୍ ଲୋନ୍:ଜୀବନଶୈଳୀରେ ଉନ୍ନତି ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ପର୍ସନାଲ୍ ଲୋନରେ ୨୦.୧% ଅଭିବୃଦ୍ଧି ଦେଖାଦେଇଛି।
ଭୌତିକ ସମ୍ପତ୍ତି (Physical Assets):ମୋଟ ସଞ୍ଚୟର ପ୍ରାୟ ୭୦% ଏବେ ରିଅଲ୍ ଇଷ୍ଟେଟ୍ ବା ଜମିବାଡ଼ିରେ ବିନିଯୋଗ ହେଉଛି, ଯେଉଁଥିପାଇଁ ଲୋକଙ୍କ ପାଖରେ ନଗଦ ଟଙ୍କାର ଅଭାବ ରହୁଛି।

ସଞ୍ଚୟ ଅଭ୍ୟାସରେ ପରିବର୍ତ୍ତନ

ରିପୋର୍ଟରେ ଏକ ସକାରାତ୍ମକ ଦିଗ ମଧ୍ୟ ଦର୍ଶାଯାଇଛି। ଶେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଭାରତୀୟଙ୍କ ଆଗ୍ରହ ବଢିଛି। ୨୦୨୦ ଆର୍ଥିକ ବର୍ଷରେ ଇକ୍ୱିଟିରେ ବିନିଯୋଗ ମାତ୍ର ୪% ଥିବାବେଳେ ୨୦୨୫ ସୁଦ୍ଧା ଏହା ୧୫% କୁ ବୃଦ୍ଧି ପାଇଛି।

ବିଶେଷଜ୍ଞଙ୍କ ପରାମର୍ଶ: ୪ଟି ଜରୁରୀ କାମ

ଆର୍ଥିକ ସନ୍ତୁଳନ ରକ୍ଷା ପାଇଁ ବିଶେଷଜ୍ଞମାନେ ୪ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି:

SIP ଆରମ୍ଭ କରନ୍ତୁ: ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି ପାଇଁ ମ୍ୟୁଚୁଆଲ୍ ଫଣ୍ଡରେ ନିୟମିତ ନିବେଶ କରନ୍ତୁ।
ଋଣ ସମୀକ୍ଷା: ସବୁଠାରୁ ଅଧିକ ସୁଧ ଥିବା କ୍ରେଡିଟ୍ କାର୍ଡ ଏବଂ ପର୍ସନାଲ୍ ଲୋନକୁ ପ୍ରଥମେ ପରିଶୋଧ କରନ୍ତୁ।
ଜରୁରୀକାଳୀନ ପାଣ୍ଠି: ଅତିକମରେ ୬ ମାସର ଖର୍ଚ୍ଚ ପାଇଁ ଏକ 'ଇମରଜେନ୍ସି ଫଣ୍ଡ' ସ୍ଥିର ରଖନ୍ତୁ।

ନିବେଶରେ ବିବିଧତା (Diversification):କେବଳ ରିଅଲ୍ ଇଷ୍ଟେଟ୍ ନୁହେଁ,ବରଂ ସୁନା,ଫିକ୍ସଡ୍ ଡିପୋଜିଟ୍ ଏବଂ ଶେୟାର ମଧ୍ୟରେ ସନ୍ତୁଳନ ରଖନ୍ତୁ।