ଛତ୍ରପୁର,|୦୭ପ୍ରଥମେ ଦୀଘା । ଏବେ ଛତ୍ରପୁର । କୂଳ ଲଂଘୁଛି ସମୁଦ୍ର । ଶୁକ୍ରବାର ବଙ୍ଗୋପସାଗରଗଞ୍ଜାମ ବ୍ଲକ ପୋଡ଼ମପେଟା କୂଳ ଲଙ୍ଘିଥିବା ଦେଖିବାକୁ ମିଳୁଛି | ଯାହା ଫଳରେ ଭୟଭୀତ ଅବସ୍ଥାରେ ପାଳିବନ୍ଧ ପଂଚାୟତର ୩ ଖଣ୍ଡ ଗ୍ରାମର ଗ୍ରାମବାସୀ । ଏପରିକି ରାମଗଡ଼ ପଂଚାୟତର ୭ରୁ ଅଧିକ ଗ୍ରାମର ଜନସାଧାରଣ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି |

ଦେଖିବାକୁ ମିଳିଛି ଯେ, ଯେଉଁ ସମୁଦ୍ର ଗାଁଠୁ ୧ କିମି ଦୂରରେ ରହିଥିଲା ତାହା ଗାଁ ନିକଟରେ ପହଁଚିଯାଇଛି | ସମୁଦ୍ର ଆଁରେ ଲୀନ ହୋଇଯିବ କି ଜନ ବସତି । ଏପରି ପ୍ରଶ୍ନ ମଧ୍ୟ ଉଠିବା ଆରମ୍ଭ ହେଲାଣି । ସେପଟେ ପୋଡ଼ମପେଟାରେ ଥିବା ଗୋଟିଏ ପରେ ଗୋଟେ ଘର ସମୁଦ୍ରରେ ଲୀନ ହୋଇଗଲାଣି । ଦିନେ ସେଠାରେ ୫ ଶହ ଘର ଥିଲା ଏବେ ଆଉ କିଛିଟା ଘର ରହିଛି । ଯଦିଓ ସେଠାରେ ଜନବସତି ନାହିଁ ତଥାପି ସମୁଦ୍ର ଦିନକୁ ଦିନ କୂଳ ଲଂଘୁଛି । ଯାହାକି ଆଗାମୀ ଦିନରେ ଦୁଇ ପଂଚାୟତର ୧୭ ଖଣ୍ଡ ଗ୍ରାମ ପାଇଁ ବିପଦ ଆଣିଛି । ତୁରନ୍ତ ଏହାର ପ୍ରତିକାର ଗ୍ରାମବାସୀ ଦାବି କରିଛନ୍ତି ।

Also Read :- ଦୀଘାରେ ମାଡ଼ି ଆସିଲା ସମୁଦ୍ର, ଉଠିଲା ୧୦ ଫୁଟର ଜୁଆର....ଲୋକେ ଛାନିଆ !

ଏହି ଘଟଣାକୁ ଗୁରୁତର ସହ ନେଇ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦିନକୁ ଦିନ ଉପକୂଳରେ ବଢ଼ୁଥିବା ସମୁଦ୍ର କୂଳ କ୍ଷୟ ଓ କୂଳ ଲଙ୍ଘିବା ଘଟଣାକୁ ନେଇ ଚିଠିରେ ସେ ଦର୍ଶାଇଛନ୍ତି । ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗକୁ ମାଡ଼ି ଆସୁଥିବାରୁ ଜନବସତି, ଚାଷଜମି ଓ ଜନଜୀବନ ବିପଦରେ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। ଏହା ସହ ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।

ସେ କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ବଟେଶ୍ୱର ପୀଠ ସମେତ ଅନେକ ଗ୍ରାମ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।