ଭୋଗରାଇ,|୦୭ଅଶାନ୍ତ ଦୀଘା ସମୁଦ୍ର । ସୁରକ୍ଷା ପାଚେରୀ ଡେଉଁଛି ସମୁଦ୍ର । ଉଦୟପୁର ତାଳସାରି ରଣସିଂହପୁର କୀର୍ତିନିଆରେ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି । ବାଲେଶ୍ୱର ନିକଟବର୍ତ୍ତୀ ଦୀଘାର ଏପରି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଦୀଘା ସମୁଦ୍ରରେ ଉଠିଲା ୧୦ ଫୁଟର ଉଚ୍ଚ ଜୁଆର । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଜାରି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ଓ ତାଳସାରି ଉଦୟପୁରରେ ସମୁଦ୍ର ଅଶାନ୍ତ ହୋଇଥିବା ଦେଖିବାକୁ ମିଳିଛି । ସୁରକ୍ଷା ବନ୍ଧ ଡେଇଁ ଦୀଘା ସହର ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦେଖିବାକୁ ମିଳିଛି ।

ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକ ମାନେ ଦୀଘାକୁ ଆସିଥିବା ବେଳେ ଶୁକ୍ରବାର ଏଭଳି ସମୁଦ୍ରର କରାଳ ରୂପ ଦେଖି ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି । ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ଉଦୟପୁର ତାଳସାରି ରଣସିଂହପୁର କୀର୍ତିନିଆ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କତା ଆରମ୍ଭ କରାଯାଇଛି ।