ବଡ଼ବିଲ: ହତ୍ୟାର ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର । ପ୍ରେମିକାକୁ ଧାରୁଆ ଛୁରୀରେ ବିଭତ୍ସ ହତ୍ୟା ପରେ ଜଙ୍ଗଲରେ ପୋତିଦେଇ ଥିଲା ପ୍ରେମିକ । ହତ୍ୟାର ୨୬ ଦିନ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିଛି ପୋଲିସ। ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁରେ ଏହି ଘଟଣା ଘଟିଛି।

ଗତ ମେ ମାସ ୧୧ ତାରିଖରେ ହୋଇଥିଲା ଜଘନ୍ୟ ହତ୍ୟା। ମୃତକ ୨୧ ବର୍ଷୀୟା ଯୁବତୀ ହେଉଛନ୍ତି ଅନିତା ମହାକୁଡ଼। ଘଟଣାରେ ଅଭିଯୁକ୍ତ ପ୍ରେମିକ ସଂଗ୍ରାମ ଆଲଦାକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତକୁ ନେଇ ପୂରା ଘଟଣାର ସିନ୍ ରିକ୍ରିଏସନ କରିଛି ପୋଲିସ । ଘଟଣାସ୍ଥଳକୁ ଯାଇ ହତ୍ୟା କରିଥିବା ସ୍ଥାନ ଏବଂ ୫ କିମି ଦୂର ରଇଡ଼ା ସିଦ୍ଧ ମଠ ସଂରକ୍ଷିତ ଜଙ୍ଗଲରେ ମୃତଦେହ ପୋତିଥିବା ସ୍ଥାନ ଦେଖାଇଛି ଅଭିଯୁକ୍ତ ।

Also Read: ସୌମ୍ୟଙ୍କ ମୌଜପୁର ଘରେ କ୍ରାଇମବ୍ରାଞ୍ଚ ଟିମ୍ ; ଜବତ କରିବ ବିଭିନ୍ନ ତଥ୍ୟ ପ୍ରମାଣ

ଫୋରେନ୍ସିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଜାରି ରହିଛି। ଗତ ମେ ମାସ ୧୪ ତାରିଖରେ ଝିଅ ନିଖୋଜ ହୋଇଯାଇଥିବା ନେଇ ମାଆ ପ୍ରମିଳା ମହାକୁଡ଼ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ । ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହ କରି ହତ୍ୟାକାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି।