ଭୁବନେଶ୍ୱର ୨୭।୦୪ : ଆମେ ଆମର ସାମ୍ବିଧାନିକ ଅଧିକାର ଅନୁସାରେ ଭୋଟ ଦେଇଥିଲୁ । ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ନଥାଏ । ତେଣୁ ମୋ ବିରୋଧରେ ନିର୍ଦ୍ଧିଷ୍ଟ କଣ ଅଭିଯୋଗ ଅଛି । ତାର ଖବର ମୋ ପାଖରେ ନାହିଁ ବୋଲି କହିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

Also Read:-Cuttack Politics : ୨୦୨୯ରେ ସୋଫିଆ କେଉଁ ଦଳରେ ସାମିଲ ହେବେ, ବାପା ଦେଲେ ବଡ଼ ବୟାନ...

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ସୋ କଜ୍ ମଗା ଯାଇଥିଲା । ମୁଁ ଉତ୍ତର ନବୀନ ବାବୁଙ୍କୁ ଦେଇଥିଲି । ବାଚସ୍ପତିଙ୍କ କୋର୍ଟରେ ବଲ ରହିଲା । ସମସ୍ତେ ପକ୍ଷ ରଖିଛନ୍ତି । ମୁଁ ମୋର ପକ୍ଷ ରଖିବି କଣ ଅଭିଯୋଗ ଜାଣିଲା ପରେ । ଆମେ ଯାହା ଜାଣିଚୁ ଏଭଳି କୌଣସି ପ୍ରସ୍ତାବ ନାହିଁ । ସେ ଯେଉଁ ଉଦାହରଣ ଦେଉଛନ୍ତି ସେ ଭିନ୍ନ , ଓଡ଼ିଶା ରାଜ୍ୟସଭା ନିର୍ବାଚନ ଅଲଗା ଥିଲା । କିଏ ସଭ୍ୟ ପଦ ଛାଡ଼ିଛି ମୁଁ ଜାଣିନି । ବର୍ତ୍ତମାନ ସୁଦ୍ଧା ସଭ୍ୟ ପଦ ଛାଡ଼ିନି। ବିଜେଡି ସହ ଯେଉଁ ବିଧାୟକ ଅଛନ୍ତି ସେମାନଙ୍କୁ ଡରେଇକି ରଖାଯାଇଛି। ଦଳରେ ନ ଥିବା ଜଣେ ବ୍ୟକ୍ତିଙ୍କ ନେତୃତ୍ୱକୁ କିପରି ସମସ୍ତେ ମାନିବେ। ସେଥିପାଇଁ ଜୋର ଜବରଦସ୍ତ ଭୟ ବାତ୍ତାବରଣ କରାଯାଉଛି। ବିଜେଡିରେ ଇମୋସନ ଆଉ ରିଲେସନ କାମ କରୁନି। ସମସ୍ତଙ୍କୁ ଚାବୁକରେ ଡରେଇକି ରଖିଛନ୍ତି।

Watch Video :-