ବ୍ରହ୍ମପୁର : ଲଗାଣ ବର୍ଷାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ବେହାଲ। ଗଞ୍ଜାମ ଓ ଗଜପତିରେ ସ୍ଥିତି ଭୟଙ୍କର। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଆଉ ଦୁଇ ଦିନ ସ୍କୁଲ, କଲେଜ, ଅଙ୍ଗନାୱାଡି ବନ୍ଦ ନିଷ୍ପତ୍ତି ନେଇଛି l ଆସନ୍ତା ୩୦ ଓ ୩୧ ତାରିଖ ଦୁଇ ଦିନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

ସେହିପରି ଗଜପତି ଜିଲ୍ଲାରେ ଅର୍ଣ୍ଣବ ବାତ୍ୟା ଚାରିଆଡେ ଜଳମଗ୍ନ କରିଛି। ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଲୋକଙ୍କୁ ନିଜେ ଜାଗ୍ରତ ଓ ସୁରକ୍ଷିତ ରହିବା କୌଣସି ନଦୀନାଳ ନିକଟକୁ ନଯିବା।

କୌଣସି ଜରୁରୀ କାମ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ମୁଖ୍ୟତଃ ଯେତେବେଳେ କୌଣସି ପ୍ରଶାସନିକ ଅଧିକାରୀ ବାତ୍ୟା ଆଶ୍ରୟ ସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଯିବାପାଇଁ କୁହଁନ୍ତି ତେବେ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ଆଉ ୨ ଦିନ ପାଇଁ ସ୍କୁଲ ଛୁଟି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ୩୧ ଯାଏଁ ବନ୍ଦ ରହିବ ଜିଲ୍ଲାର ସବୁ ସ୍କୁଲ।