କୋରାପୁଟ ୨୯।୧୦: କୋଟିଆ ପ୍ରସଙ୍ଗକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଲା ସର୍ବଦଳୀୟ ବୈଠକ । ଜିଲ୍ଲା ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ କୋଟିଆର ସୁରକ୍ଷା ଓ ବିକାଶକୁ ନେଇ ହୋଇଛି ଆଲୋଚନା । ଆସନ୍ତା ୫ ତାରିଖରେ କୋଟିଆରେ ହେବାକୁ ଥିବା ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ସହ କୋଟିଆ ମାଟିର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବା ଉଦ୍ୟମକୁ ସର୍ବଦଳୀୟ ନେତାମାନେ ତୀବ୍ର ବିରୋଧ କରିଛନ୍ତି । କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ ବୁଥ୍ କରାଇ ଦିଆଯିବ ନାହିଁ ବୋଲି ନେତାମାନେ ଦୃଢ଼ ମତ ରଖିଛନ୍ତି ।

ଗତ ନିର୍ବାଚନ ଭଳି ଯଦି ଆନ୍ଧ୍ର ପକ୍ଷରୁ କୋଟିଆ ଲୋକଙ୍କୁ ନିଜ ଅଞ୍ଚଳକୁ ନେଇ ନିର୍ବାଚନରେ ସାମିଲ କରିବାକୁ ଉଦ୍ୟମ କରାଯାଏ ତେବେ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ସର୍ବଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି । ଆଗ ମାଟି, ପଛେ ପାର୍ଟି ନାରା ଦେଇ କୋଟିଆର ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଆନ୍ଧ୍ର ପ୍ରଦେଶ ବିରୋଧରେ ଜୋରଦାର ଲଢ଼େଇ କରିବେ ବୋଲି ସର୍ବଦଳୀୟ ନେତାମାନେ କହିଛନ୍ତି ।

Also Read:- ବାତ୍ୟା ଅର୍ଣ୍ଣବରେ ଉବୁଟୁବୁ ଗଞ୍ଜାମ ; ୨୨ ଗାଁ ଜଳବନ୍ଦୀ, ଛାତ ଉପରେ ଲୋକେ

ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି । ବୈଠକରେ କୋରାପୁଟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

Watch Video: