ନୂଆଦିଲ୍ଲୀ ୧୬।୦୮ : ବାଂଲାଦେଶରେ ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ । ଡାରୱିନରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଲା ବାଂଲାଦେଶ । ୫୭ ରନ୍ର ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କଲା ବାଂଲାଦେଶ । ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଲା । ୧୫୯ ତମ ଟେଷ୍ଟରେ ୨୮ ତମ ବିଜୟ ହାସଲ କଲା ବାଂଲାଦେଶ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ଅଷ୍ଟ୍ରେଲିଆ ଟିମ୍ । ପ୍ରଥମ ଇନିଂସରେ ବ୍ୟାଟିଂ କରି ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା କଙ୍ଗାରୁ ଦଳ । ବାଂଲାଦେଶ ପକ୍ଷରୁ ହସମ ମହମ୍ମଦ ୬ଟି ଓ୍ୱିକେଟ୍ ନେଇଥିବା ବେଳେ ହାସନ୍ ଏବଂ ଅହମ୍ମଦ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ଜବାବରେ ବାଂଲାଦେଶ ପ୍ରଥମ ଇନିଂସ ବ୍ୟାଟିଂ କରି ୪୨୬ ରନ୍ ହାସଲ କରିଥିଲା । ଦଳ ପକ୍ଷରୁ ହସନ ତାମିମ୍ ଶତକ ହାସଲ କରିଥିଲେ ।

Also Read:-Emraan-hashmi: ୨ ଦିନରେ ୫୦ କୋଟି ପାର, ‘ଆୱାରାପନ-୨’ ସଫଳତା ଦେଖି ଇମୋସନାଲ ହେଲେ ଇମ୍ରାନ

ସେହିପରି ୨ୟ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ୨୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅଲରାଉଣ୍ଡର କ୍ୟାମେରୁନ୍ ଗ୍ରୀନ୍ ଶତକ ହାସଲ କରିଥିଲେ । ତାପରେ ବି ଦଳ ୨୮୪ ରନରେ ସୀମିତ ରହିଥିଲା । ସେପଟେ ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ ସର୍ବାଧିକ ୫ଟି ଓ୍ୱିକେଟ୍‌ ନେଇଥିଲେ । ବାକି ହସନ ମେହେମ୍ମୁଦ ୩ଟି ଏବଂ ତକସିନ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।  ଶେଷରେ ବାଂଲାଦେଶ ଟିମ୍‌କୁ ୫୭ ରନ୍‌ର ଟାର୍ଗେଟ ମିଳିଥିଲା । ଯାହାକୁ ବାଂଲାଦେଶ ଟିମ୍‌ ଗୋଟିଏ ଓ୍ୱିକେଟ୍‌ ହରାଇ ହାସଲ କରିଥିଲା । 

ତେବେ ଏହି ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ମାତ୍ର ୫୭ ରନର ବିଜୟ ଲକ୍ଷ ଦେଇଥିଲା । ୨୩ ବର୍ଷ ପରେ ଅଷ୍ଟ୍ରେଲିଆ ଖେଳାବାକୁ ଯାଇଥିବା ବାଂଲାଦେଶ ଟିମ୍‌ ଏଥର ବଦଳାଇ ଦେଇଛି ଇତିହାସ । ସୃଷ୍ଟି କରିଛି ନୂଆ ରେକର୍ଡ । 

Watch Video:-