ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। କେମିତି ହେଲା ମୃତ୍ୟୁ। ଶୁକ୍ରବାର ଅଭିଯୋଗକାରିଣୀ କହିଥିଲେ- ସୌମ୍ୟଙ୍କୁ ଲୋକେ ମାରିନାହାନ୍ତି ବରଂ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏହାରି ଭିତରେ ସୌମ୍ୟଙ୍କ ଶବବ୍ୟବଚ୍ଛେଦ କରାଯାଇଛି। ପିକ୍ଅପ୍ ଭ୍ୟାନ୍ ଡାଲାରେ ଘଟିଥିବା ଅମାନୁଷିକ ଅତ୍ୟାଗର ସହିନପାରି ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହକୁ ଆହୁରି ଦୃଢ଼ରୂତ କରିଛି ଶବ ବ୍ୟବଚ୍ଛେଦ ରିପୋର୍ଟ।

ପରିବାର ଲୋକଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଗଲରେ ଶବ ବ୍ୟବଚ୍ଛେଦ ସରିଛି। ସୌମ୍ୟଙ୍କ ମୁଣ୍ଡରେ ଭାଷଣ ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି। ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଅଛି । କାଠ ବାଡ଼ିରେ ମାଡ଼ ଯୋଗୁଁ ପିଠି, ପେଟ, ଛାତି, ହାତ, ଗୋଡ଼ରେ ନୋଳା ବସିଯାଇଛି। କିନ୍ତୁ ଏଥିଯୋଗୁ ମୃତ୍ୟୁ ଘଟିବା ସେତେଟା ଆଶଙ୍କା ନଥାଏ। ତାଙ୍କ ମସ୍ତିଷ୍କରେ ପ୍ରବଳ ମାତ୍ରାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି।

ବ୍ୟବଚ୍ଛେଦ ରିପୋର୍ଟରୁ ହୃଦଘାତ୍ ନେଇ କୌଣସି ସୂଚନା ମିଳିନାହିଁ । ଅନୁମାନ କରାଯାଉଛି, ଭ୍ୟାନରେ ନେବା ବେଳେ ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ଡାଲାରେ ବାରମ୍ବାର ପିଟି ଥିବାରୁ ଗଭୀର ଆଘାତ ଲାଗିଛି।

ଗୁରୁବାର ବାଲିଅନ୍ତା ଅଞ୍ଚଳରେ ଦୁର୍ଘଟଣାକୁ କେନ୍ଦ୍ର କରି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରାଯାଇଛି। ଅନ୍ୟ ଜଣେ ଏହି ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଘଟଣା ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଘଟଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରିପାରିନଥିଲା।

also read-ଥାନାରୁ ବାହାରିବା ପରେ ମୃତ ସୌମ୍ୟଙ୍କ ସାଙ୍ଗ ଦେଲେ ଚାଞ୍ଚଲ୍ୟକର ବୟାନ: ଧରାପଡ଼ିଗଲା ସତ, ଅସଲ ଖେଳର ଏମାନେ ମାଷ୍ଟରମାଇଣ୍ଡ

ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆରପିରେ କନଷ୍ଟେବଲ ଭାବେ କାମ କରନ୍ତି। ଲୋକଙ୍କ ମାଡ଼ରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓମ୍ ପ୍ରକାଶ ମହାତି ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି।