ସୋରୋ, ୨୦/୦୯: ସମିତି ସଭ୍ୟଙ୍କୁ ମାଡ଼ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତର ସମିତିସଭ୍ୟଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ତାଙ୍କ ସମର୍ଥକ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଛନ୍ତି।

ରିପୋର୍ଟ ଅନୁସାରେ, ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ସମିତିସଭ୍ୟ ଓ ଇସି ସଭ୍ୟାମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ । ଏତିକି ବେଳେ କିଛି ମହିଳା ସଂଘବଦ୍ଧ ଆକ୍ରମଣରେ କରିଥିଲେ । ଏଥିରେ ଉଭୟ ପକ୍ଷ ଆହତ ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି।

ଣ ଥିଲା ଘଟଣା?

ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଅଂରପୁର ଗ୍ରାମର ଇସି ସଙ୍ଘ ସଭାପତି ଭବାନୀ ମହାନ୍ତି ଓ ତାଙ୍କ ସହଯୋଗୀଙ୍କ ସମେତ ସମିତି ସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ମମତା ମହାକୁଡ଼ ନାମକ ଜଣେ ମହିଳାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମମତା ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିଥିବାର ଅଭିଯୋଗ କରିବାରୁ ସିମୁଳିଆ ବିଡ଼ିଓ ଏହାର ତଦନ୍ତ କରିବାକୁ ବ୍ଳକ ମହିଳା ସଂଘକୁ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଚିଠି କରିଥିଲେlମାତ୍ର ବ୍ଳକ ସ୍ତରୀୟ ସଙ୍ଘ ଏହାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଞ୍ଚାୟତ ସ୍ତରୀୟ ସଂଘକୁ ଦାୟିତ୍ୱ ଦେଇ ଚୁପ ବସି ଯାଇଥିଲେl

Also Read :- ବଞ୍ଚାଇ ପାରିଲାନି ଦାମୀ କାର୍ : ବ୍ରିଜ୍ ତଳକୁ ଖସିପଡିଲା BMW, ୩ ଯୁବକ ମୃତ

କାର୍ଯ୍ୟାନୁଷ୍ଠାନ ଦାବିରେ ପାଇଁ ଭବାନୀ ମହାନ୍ତି ବିଡ଼ିଓଙ୍କ ନିକଟକୁ ଆସିବା ସମୟରେ ମମତା ମହାକୁଡ଼ ଓ ତଙ୍କ ମହିଳା ସମର୍ଥକମାନେ ବ୍ଳକ କାର୍ଯ୍ୟାଳୟ ପରିସରରେ ସମିତି ସଭ୍ୟ ମୁକ୍ତିକାନ୍ତଙ୍କୁ ଆକ୍ରମଣ କରିଥିଲେlଏଥିରେ ଭବାନୀ ମହାନ୍ତି ଗୁରୁତର ଆହତ ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତିlସେହିପରି ମମତା ମହାକୁଡ଼ ମଧ୍ୟ ଆହତ ହୋଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛିl

ମାଡ଼ ଘଟଣାର ପ୍ରତିବାଦରେ ସମିତି ସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ସହ ନ୍ୟାୟ ନିମନ୍ତେ ସିମୁଳିଆ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛିlଉଭୟ ପକ୍ଷର ଅଭିଯୋଗକ୍ରମେ ସିମୁଳିଆ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଥିବା ଜଣାଯାଇଛିlସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛିl