ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ୧୩୨/୩୩ କେଭି ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ ।ତୁଷୁରା ଠାରେ ଥିବା ସବୁଠୁ ବଡ ଗ୍ରୀଡ ୧୩୨/୩୩ କେଭି ଗ୍ରୀଡରେ ବଡ ଧରଣର ନିଆଁ ଲାଗିଛି। ଗ୍ରୀଡ ପଛ ପଟେ ଥିବା ନୂତନ ଟ୍ରାନ୍ସଫର୍ମରର ଓ ବିଭିନ୍ନ ସାମଗ୍ରୀ ପୋଡ଼ି ଛାରଖାର ହୋଇ ଯାଇଛି। ନିଆଁର ଭୟାବହ ଏତେ ଜୋର ଅଛି ଯେ ଅଞ୍ଚଳ ଆଲୋକିତ ହୋଇ ପଡ଼ିଛି।

ଏପଟେ ନିଆଁକୁ ଲିଭାଇବା ପାଇଁ ଗୁଡଭେଲା ଦମକଳ ବାହିନୀ ନିୟୋଜିତ ଥିବା ବେଳେ ଏବେ ବି ନିଆଁ ଅଣାୟତ୍ତ ରହିଛି। ଏପଟେ ଉପରେ ୪୦୦ ଭୋଲ୍ଟ ତାର ଯାଇଥିବାରୁ ଭୟ ସୃଷ୍ଟି ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ପାଖ ସଇଁନ୍ତଲା, ଦେଓଗାଁରୁ ଦମକଳ ମଧ୍ୟ ଆସୁଛି।

Also Read: ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡି ସଂଖ୍ୟା, ସୁନା ନକିଣିବାକୁ ଦେଲେ ପରାମର୍ଶ