ବଲାଙ୍ଗିର ୧୦।୮: ବଲାଙ୍ଗିର ଜିଲ୍ଲାରେ ସାର କଳାବଜାରୀ ଓ ସାର ବିକ୍ରିକୁ ନେଇ ଡିଲର ମାନଙ୍କ ଉପରେ ଆକ୍ସନ ମୋଡରେ କୃଷି ବିଭାଗ । ବେଆଇନ ଭାବରେ ବିକ୍ରି କଳାବଜାରୀ କରିବା, ସାର କେତେ ମହଜୁଦ ଅଛି ତାହାର ସୂଚନା ନଦେବା ସହ ସୂଚନା ଫଳକ ନ ଲଗାଇବା, ସାରକୁ ମନମୁଖୀ ଚାଷୀଙ୍କୁ ବିକ୍ରି କରି ରସିଦ ନ ଦେବା ଭଳି ଅଭିଯୋଗରେ ୧୧୧ଟି ଡିଲରଙ୍କୁ ନୋଟିସ୍ କରିଛି ଜିଲ୍ଲା କୃଷି ବିଭାଗ । ଏହା ସହ ୩ ଡିଲରର ଲାଇସେନ୍ସ କ୍ୟାନସେଲ, ୩ ଜଣଙ୍କର ଲାଇସେନ୍ସକୁ ଜବତ କରିବା ସହ ପାଟଣାଗଡ଼ରେ ୩୦୨ ବସ୍ତା ବେଆଇନ ସାର ଜବତ କରିଛି ବିଭାଗ ।

ବଲାଙ୍ଗିର ଜିଲ୍ଲାରେ ଖରିଫ ଧାନ ଚାଷ ପାଇଁ ୭୫ ହଜାର ଟନ୍ ସାରର ଆବଶ୍ୟକତା ଥିବାବେଳେ ୬୬ ହଜାର ଟନ ଆସିଥିବା ଓ ବାକି ଆସୁଥିବା କହିଛନ୍ତି ଅଧିକାରୀ । ଜିଲ୍ଲାରେ ୯୪୮ଟି ଡିଲର ରହିଛନ୍ତି । ତା ମଧ୍ୟରୁ ୫୦୦ଟି ଡିଲର ଉପରେ ରେଡ୍ ମାରିବା ସହ ଯାଞ୍ଚ କରିଛି ଜିଲ୍ଲା କୃଷି ବିଭାଗ । ଆଗକୁ କଡ଼ା ଆକ୍ସନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

​​​​​​​

Also Read:- ଅନ୍ଧବିଶ୍ୱାସର ଭୟଙ୍କର ପରିଣତି ; ନାଗକୁ କାମୁଡ଼ିଲେ, ଏବେ ହସ୍ପିଟାଲରେ ଭର୍ତ୍ତି

ସେପଟେ ଜିଲ୍ଲା ମିଳିତ କୃଷକ ମଞ୍ଚ ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କ ସହ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ସାରଠୁ ବିହନ, ପାଣି ବୁଡି ଧାନ ନଷ୍ଟ ହେବା, ପାଣି ଅଭାବରୁ ଆଗକୁ ମରୁଡି ପରିସ୍ଥିତି ହେବା ଭଳି ସ୍ଥିତି ପାଇଁ ପ୍ରଶାସନକୁ ଦାୟୀ କରି ସରକାରଙ୍କ ଉପରେ ବର୍ଷିବା ସହ ଚାଷୀଙ୍କ ସମସ୍ୟା ସମଧାନ ପାଇଁ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।