ନ୍ୟୁୟର୍କ,|୦୬:କ୍ରାଶ୍ କରିଗଲା ଆମେରିକାର ବି-୫୨ ବମ୍ବର୍ସ । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବମ୍ବର୍ସ ତଥା ମୃତ୍ୟୁଦୂତ ଭାବେ ପରିଚୟ ଲାଭ କରିଥିଲା ବି-୫୨ ବମ୍ବର୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । କାଲିଫର୍ଣ୍ଣିଆରେ ଏହି ଅଘଟଣ ଘଟିଛି । ଏନେଇ ଏଡଓ୍ୱାର୍ଡ ଏୟାର ବେସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଫଟୋ ମଧ୍ୟ ପୋଷ୍ଟ୍ ହୋଇଛି । ଯେଉଁଥିରେ ଯୁଦ୍ଧ ବିମାନଟି ନିଆଁ ପିଣ୍ଡୁଳା ପାଲଟିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଲସ୍ ଆଞ୍ଜେଲସରୁ ୬୦ ମାଇଲ୍ ଦୂରରେ ଏହି ଅଘଟଣ ଘଟିଛି । ଏହା ଉଡାଣ ଭରିବା ଆରମ୍ଭ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୮ ଜଣ ସଦସ୍ୟ ରହିଥିଲେ । ସେମାନେ କୌଣସି ଏକ ମିଶନ ପାଇଁ ଯାତ୍ରା କରୁଥିଲେ । କିନ୍ତୁ ଦୁର୍ଘଟଣା କାରଣରୁ ସମସ୍ତେ ପ୍ରାଣ ହରାଇଛନ୍ତି । କେହି ଜଣେ ହେଲେ ବର୍ତ୍ତି ପାରି ନାହାଁନ୍ତି ।

ଖବର ପାଇବା ପରେ ତୁରନ୍ତ ଜରୁରୀକାଳୀନ ଟିମକୁ ପଠାଯାଇଥିଲା । କିନ୍ତୁ କିଛି ସୁଫଳ ମିଳିନଥିଲା । ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି । କେଉଁ କାରଣରୁ କ୍ରାଶ୍ ହେଲା ସେନେଇ ମଧ୍ୟ କିଛି ତଥ୍ୟ ଏବେସୁଦ୍ଧା ମିଳିନାହିଁ । ଏହା ଯେଉଁ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା ତାହାକୁ ଏବେ ବନ୍ଦ କରାଯାଇଛି । ଏଠାକୁ ଆସୁଥିବା ଅନ୍ୟ ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି । ସାଧାରଣ ନାଗରିକଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିଛି ।

ଅନ୍ୟ ଦିଗରେ ଆମେରିକା ସେନାର ଜଣେ ମୁଖପାତ୍ର ବେଶି କିଛି କହିବାକୁ ମନା କରିଦେଇଛନ୍ତି । କିନ୍ତୁ ଡ୍ରୋନ୍ ଫୁଟେଜରୁ ଦୁର୍ଘଟଣା ପରେ ଏୟାରବେସରେ ଅନେକ ଜାଗା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଅନେକ ଜୁରରୀକାଳିନ ଯାନ ଯେପରିକି ଦମକଳ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ, ବି-୫୨ ବମ୍ବର୍ସ ହେଉଛି ଆମେରିକାର ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ । ଏହା ୧୯୫୪ରୁ ଯୁଏସ ସେନା ବ୍ୟବହାର କରୁଛି । ଏହାକୁ ପ୍ରଥମେ ସୋଭିଏତ ୟୁନିଅନରେ ବିକଶିତ କରାଯାଇଥିଲା ।